ବେଜିଂ: କୋରୋନା ଯୁଦ୍ଧ ସହିତ ସାରା ବିଶ୍ବ ଏବେ ଲଢୁଛି । ଏପରି ସମୟରେ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । କୋରୋନା ଆଣ୍ଟିବଡ଼ି ସହ ଜନ୍ମ ହେଲା ଏକ ଶିଶୁ । ଡାକ୍ତର ବି ହେଲେ ଚକିତ । ଏଭଳି ଘଟଣା ଦେଖିବାକୁ ମିଳିଛି ଚୀନ ଶେନଝେନ ସହରରେ । ଡାକ୍ତରମାନେ କହିଛନ୍ତି ଯେ ଶିଶୁଟି ଏହି ଆଣ୍ଟିବଡିଗୁଡ଼ିକୁ ପ୍ରାକୃତିକ ଉପାୟରେ ମା’ଙ୍କଠାରୁ ପାଇଥିଲା । ମହିଳା ଏବଂ ଶିଶୁଙ୍କ ମାମଲା ବୁଝିବା ପାଇଁ ସେମାନେ ଅଧିକ ଅଧ୍ୟୟନ କରିବେ ବୋଲି ଶେନଝେନ୍ ଥାର୍ଡ ହସ୍ପିଟାଲ୍ କହିଛି।
କୋରୋନା ଭାଇରସ୍ ଆଣ୍ଟିବଡି ସହିତ ଜନ୍ମ ହେଲା ଶିଶୁ, ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ - ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ
କୋରୋନା ଆଣ୍ଟିବଡ଼ି ସହ ଜନ୍ମ ହେଲା ଏକ ଶିଶୁ । ଡାକ୍ତର ବି ହେଲେ ଚକିତ । ଏଭଳି ଘଟଣା ଦେଖିବାକୁ ମିଳିଛି ଚୀନ ଶେନଝେନ ସହରରେ । ଅଧିକ ପଢନ୍ତୁ...
ଏହି ମହିଳା ଜଣକ ଏପ୍ରିଲରେ କୋରୋନାରେ ସଂକ୍ରମିତ ହୋଇଥିଲେ । କିନ୍ତୁ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା । ପ୍ରସବ ପରେ ପରୀକ୍ଷା କରାଯିବାବେଳେ ଉଭୟ ଶିଶୁ ଏବଂ ମା’ଙ୍କ ଠାରେ କୋରୋନା ନେଗେଟିଭ ଆସିଥିଲା । ମେ 30 ରେ ମହିଳା ଜଣକ ଏହି ଶିଶୁକୁ ଜନ୍ମ ଦେଇଥିଲେ । ଏହି ମହିଳା ଜଣକ ହେଉଛନ୍ତି ହୁବେଇର ବାସିନ୍ଦା । ଯେଉଁ ସହରର ଉହାନରୁ ହିଁ ମହାମାରୀ କୋରୋନାର ସୃଷ୍ଟି ।
ଡାକ୍ତରମାନେ କହିଛନ୍ତି ଶିଶୁର ସ୍ବଭାବିକ ଭାବେ ଭୂତାଣୁ ସହ ଲଢିବାର କ୍ଷମତା ଅଛି । ଏପ୍ରିଲ ଆରମ୍ଭରେ ମହିଳାଙ୍କ ଠାରେ କୋରୋନା ଚିହ୍ନଟ ହେବା ପରେ ତାଙ୍କର 10 ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା । ମହିଳା ଜଣକ ଶେନଝେନରେ ରୁହନ୍ତି ଏବଂ ସେଠାରେ କାମ କରନ୍ତି । କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ସହ ଜାନୁଆରୀରେ ହୁବେଇର ୱୁଚାଙ୍ଗ ସହରକୁ ଯାଇଥିଲେ ଯେଉଁଠାରେ ତାଙ୍କ ପରିବାର ରୁହନ୍ତି। ଏହି ସମୟରେ ସେ କରୋନା ସଂକ୍ରମିତ ହୋଇଥିଲେ। ଫେବୃଆରୀରେ ଏହି ମହିଳାଙ୍କ ମା’ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିଲେ।