ଶ୍ରୀନଗର: 4 ମାସରେ ଟଳିରେ 4 ଆତଙ୍କୀ ସଙ୍ଗଠନର ଟପ୍ କମାଣ୍ଡର। ଭାରତୀୟ ସେନାର ଆତଙ୍କୀ ନିରୋଧୀ ଅପରେସନରେ 4 ଆତଙ୍କବାଦୀ ସଙ୍ଗଠନକୁ ଲାଗିଛି ଶକ୍ତଝଟକା। ଲସ୍କର-ଏ-ତୋଏବା, ହିଜବୁଲ୍ ମୁଜାହିଦ୍ଦିନ ଓ ଅନସାର୍ ଘାଜୱାତ୍- ଉଲ୍- ହିନ୍ଦର 4 ପ୍ରମୁଖ ଆତଙ୍କୀ ସଙ୍ଗଠନର 4 ଟପ୍ କମାଣ୍ଡରଙ୍କୁ ନିହତ କରିଛି ଭାରତୀୟ ସେନା। ଏନେଇ କାଶ୍ନୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି।
ଘଟଣାକୁ ନେଇ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି ବିଜୟ କୁମାର। ଇତିହାସରେ ପ୍ରଥମ ଥର ପାଇଁ 4 ମାସ ଭିତରେ 4 ଆତଙ୍କୀ ସଙ୍ଗଠନର ଦୁର୍ଦ୍ଦାନ୍ତ ଆତଙ୍କୀଙ୍କୁ ସେନା ନିପାତ କରିଛି। ଏହି ଟପ୍ ଆତଙ୍କୀ ଦମନ ପ୍ରକ୍ରିୟାରେ ଆତଙ୍କୀ ସଙ୍ଗଠନର କାର୍ଯ୍ୟକଳାପ ଓ ଗତିବିଧି ଉପରେ ରୋକ ଲଗା ଯାଇପାରିବ।