ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗିରହିଛି । ଆଜି ଲେହ ଗସ୍ତରେ ଯିବେ ସିଡିଏସ ମୁଖ୍ୟ ବିପିନ ରାୱତ । ଉତ୍ତର ସେନା କମାଣ୍ଡର ଓ 14 କର୍ପସ ଅଧିକାରୀଙ୍କ ସହିତ ସ୍ଥିତି ସମୀକ୍ଷା କରିବେ । ବିପିନ ରାୱତଙ୍କ ପୂର୍ବରୁ ପ୍ରତି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତ କରିଥାନ୍ତି । କୌଣସି କାରଣ ଯୋଗୁଁ ତାଙ୍କ ଗସ୍ତ ବାତିଲ କରାଯିବ ପରେ ସିଡିଏସ ମୁଖ୍ୟ ଲେହ ଯିବ ।
ରାଜନାଥ ସିଂଙ୍କ ଗସ୍ତକୁ ଖୁବଶୀଘ୍ର ଆଉ ଏକ ନୂଆ ତାରିଖ ଘୋଷଣା କରାଯିବ । ଚୀନ ସୀମାର ପରିସ୍ଥିତିର ସମୀକ୍ଷା କରିବାକୁ ସେ ଲେହ ଯାଇଥାନ୍ତେ। ଚୀନ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ଉପରେ ପୂର୍ବ ଲଦାଖର ସୁରକ୍ଷା ସ୍ଥିତି ଉପରେ ମଧ୍ୟ ସମୀକ୍ଷା କରିଥାନ୍ତେ। ତେବେ ରାଜନାଥ ସିଂଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ମଧ୍ୟ ଲେହ ଯିବାର ଯୋଜନା ଥିଲା।
ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଜେନେରାଲ ରାୱତଙ୍କ ଗସ୍ତ ଗୁରୁତ୍ବ ରଖୁଛି । ଉତ୍ତେଜନାକୁ ହ୍ରାସ କରିବା ପାଇଁ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠୋସ ଫଳାଫଳ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ଆଲୋଚନା ସମୟରେ, ଜୁନ 15 ରେ ଗଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯେଉଁଥିରେ 20 ଜଣ ଭାରତୀୟ ସେନା ଶହୀଦ ହୋଇଥିଲେ। ସେପଟେ କିନ୍ତୁ ଚୀନ ନିଜ ସେନାଙ୍କ ମୃତ୍ୟୁ ଘଟଣାର କୌଣସି ସୂଚନା ପ୍ରକାଶ କରିନାହିଁ ।
ଫଳରେ ଦୁଇ ଦେଶ ମଧ୍ୟରେ ବିବାଦ ଥମିବା ବଦଳରେ ବଢିବାରେ ଲାଗିଛି । ଭାରତ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇ ଲଦାଖରେ ସ୍ୱତନ୍ତ୍ର ବାହିନୀ ମୁତୟନ କରିଛି। ସୂଚନାନୁସାରେ, ପାରା ସ୍ପେଶାଲ ଫୋର୍ସର ୟୁନିଟ ଦେଶର ବିଭିନ୍ନ ସ୍ଥାନରୁ ଲଦାଖକୁ ନିଆଯାଇଛି । ସେଠାରେ ସେମାନେ ଅଭ୍ୟାସ କରୁଛନ୍ତି। ପୂର୍ବ ଲଦାଖରେ ସ୍ୱତନ୍ତ୍ର ଫୋର୍ସ କଣ୍ଟିଜେଣ୍ଟ ନିୟୋଜିତ କରାଯାଇଛି।