ନୂଆଦିଲ୍ଲୀ: ଏଲଏସିରେ ଭାରତ-ଚୀନ ସଂଘର୍ଷ ମଧ୍ୟରେ ଶୁକ୍ରବାର ପ୍ରତିରକ୍ଷା ମାମଲାରେ ଗଠିତ କମିଟିର ବୈଠକରେ ଯୋଗ ଦେଇଥିଲେ ସିଡିଏସ ଜେନେରାଲ ବିପିନ ରାୱତ । ଏହି ବୈଠକରେ ସୈନବଳ ତଥା ବିଶେଷ କରି ସୀମାରେ ରାସନ ସାମଗ୍ରୀ ଓ ପୋଷାକର ଗୁଣବତ୍ତା ଉପରେ ତଦାରଖ ରଖିବାକୁ ଆଲୋଚନା ହୋଇଥାଏ । ହେଲେ ବୈଠକରେ ଉପସ୍ଥିତ କିଛି ସଦସ୍ୟ ଲଦାଖ ସ୍ଥିତିର ବିଷୟ ମଧ୍ୟ ଉଠାଇଥିଲେ ।
ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରେ ସିଡିଏସ ବିପିନ ରାୱତଙ୍କ ଯୋଗଦାନ, ରାହୁଲ ବି ସାମିଲ - ସଂସଦୀୟ ପ୍ରତିରକ୍ଷା କମିଟି
ପ୍ରତିରକ୍ଷା ମାମଲାରେ ଗଠିତ କମିଟିର ବୈଠକରେ ଯୋଗ ଦେଇଥିଲେ ସିଡିଏସ ଜେନେରାଲ ବିପିନ ରାୱତ । ଉଠିଥିଲା ଏଲଏସିରେ ବିବାଦ ପ୍ରସଙ୍ଗ । ଅଧିକ ପଢନ୍ତୁ...
ସଂସଦର ପ୍ରତିରକ୍ଷା ମାମଲା କମିଟିର ଅଧ୍ୟକ୍ଷ ଅଛନ୍ତି ବିଜେପି ନେତା ଜୁଏଲ ଓରାମ । ଶୁକ୍ରବାର କମିଟିର ଏହି ବୈଠକରେ ଏନସିପି ମୁଖ୍ୟ ସରତ ପାୱାର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ । ବୈଠକରେ ଗୋଟିଏ ଦିନ ପୂର୍ବରୁ ଏଲଏସିରେ ସ୍ଥିତିକୁ ନେଇ ସଦସ୍ୟଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ବିବରଣୀ ରଖିବାକୁ ଦାବି ଜଣାଇବେ ବୋଲି କହିଛନ୍ତି ପାୱାର ।
ଲଦାଖକୁ ଲାଗିଥିବା ଏସଏସିରେ ଭାରତୀୟ ସେନା ଓ ଚୀନର ପିପୁଲ୍ସ ଲିବରେଶନ ଆର୍ମି ମଧ୍ୟରେ ଗତ ମେ ମାସରୁ ଉତ୍ତେଜନାର ସ୍ଥିତି ଲାଗି ରହିଛି । ଦୀର୍ଘ 45 ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏଲଏସିରେ ଗୁଳିବିନିମୟ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।