ନୂଆଦିଲ୍ଲୀ: ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଆଜି ନରେଲା ସ୍ଥିତ ଦିଲ୍ଲୀ ସରକାରୀ କୋରୋନା କ୍ୟାମ୍ପ ପରିଦର୍ଶନ କରିଛନ୍ତି । ଏହା ସହ ସେଠାରେ ଥିବା ସାଧାରଣ ନାଗରିକ, ଡାକ୍ତର, ସେନା ଡାକ୍ତରୀ ଦଳ ଏବଂ ସ୍ବେଚ୍ଛାସେବୀମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।
ସେଠାକାର ବ୍ୟବସ୍ଥା ସହ ସିଭିଲ୍ ଏବଂ ମିଲିଟାରୀ ମେଡିକାଲ୍ ଦଳ ଉପରେ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।