ମୁମ୍ବାଇ: ପ୍ରଥମ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇଛନ୍ତି। ସାମ୍ପ୍ରତିକ ସମୟରେ ସାରା ଦେଶରେ ଦେଖାଦେଇଥିବା ମହିଳାଙ୍କ ପ୍ରତି ନିର୍ଯ୍ୟାତନାକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ବେଗ କରିଥିଲେ। ଏହାସହ ରାଜ୍ୟରେ ଯେମିତି ମହିଳା, ଯୁବତୀ, ଛାତ୍ରୀ ଓ ନାବାଳିକା ସୁରକ୍ଷିତ ରହିବେ ସେ ନେଇ ସୁନିଶ୍ଚିତ କରିବାକୁ ପୋଲିସ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ବୈଠକ - ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ପୋଲିସ ଅଧିକାରୀଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ।
ଉଦ୍ଧବଙ୍କ ବୈଠକ
ଏହାସହ ଉତ୍ପୀଡନର ଶିକାର ହୋଇଥିବା ମହିଳାଙ୍କୁ ତ୍ବରିତ ନ୍ୟାୟ ଦେବାକୁ ସେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେମିତି କେହିବି ଜଣେ ମହିଳା ରାଜ୍ୟରେ ନିର୍ଯ୍ୟାତନା ନହେବେ ତାକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହାସହ ରାଜ୍ୟକୁ ମିଳିବାକୁ ଥିବା ନିର୍ଭୟା ପାଣ୍ଠି ଅର୍ଥକୁ କିଭଳି ସୁବିନିଯୋଗ କରାଯିବ ସେନେଇ ଆଲୋଚନା ହୋଇଥିଲା।