ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ମହାସଂଗ୍ରାମ ମଧ୍ୟରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ବିଧାନସଭା ଅଧିବେଶନ ନବସିବା ଯାଏଁ ହୋଟେଲ ଫେୟାରମାଉଣ୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଗଷ୍ଟ 14ରେ ରାଜସ୍ଥାନ ବିଧାନସଭା ଅଧିବେଶନ ଡକାଇବା ନେଇ ଆଦେଶ ଦେଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର ।
'ଏକତା ହିଁ ଆମ ବିଜୟର ଆଧାର ହେବ'
ଅଗଷ୍ଟ 14 ଯାଏଁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ହୋଟେଲ ଫେୟାରମାଉଣ୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏକତା ହିଁ ଆମ ବିଜୟର ଆଧାର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...
'ଏକତା ହିଁ ଆମ ବିଜୟର ଆଧାର ହେବ'
ବିଧାୟକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ଏକତା ହିଁ ଆମ ବିଜୟର ଆଧାର ହେବ । ଗତ ବିଧାୟକ ଦଳ ବୈଠକରେ ସିଏମ ଗେହଲଟ କହିଥିଲେ ଯେ 21 ଦିନ ହେଉ କି 31 ଦିନ, ଯେତେ ପର୍ଯ୍ୟନ୍ତ ସରକାରଙ୍କ ଉପରୁ ସଙ୍କଟ ନ ଟଳିଯାଉଛି, ସେତେ ଯାଏଁ ସମସ୍ତେ ହୋଟେଲରେ ଏକ ହୋଇ ରହିବେ । ହୋଟେଲ ଭିତରେ ହିଁ ବିଧାୟକମାନେ ସମସ୍ତ ପର୍ବାପର୍ବାଣୀ ପାଳନ କରିବେ । ତେବେ ସେମାନଙ୍କୁ ନିଜ ନିଜ ପରିଜନଙ୍କ ସହ ଭେଟିବା ପାଇଁ ମଧ୍ୟ ଅନୁମତି ମିଳିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ