ଗୌହାଟୀ: ଭାରତର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଗୌହାଟୀରେ ପହଞ୍ଚିଛନ୍ତି। ସେଠାରେ ମା' କାମାକ୍ଷା ଠାକୁରାଣୀଙ୍କୁ ସପତ୍ନୀ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି। ବିଚାରପତିଙ୍କ ପାଇଁ ମନ୍ଦିରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଅବସର ପୂର୍ବରୁ ମା' କାମାକ୍ଷାଙ୍କ ଦର୍ଶନରେ ରଞ୍ଜନ ଗୋଗୋଇ - ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ
ଗୌହାଟୀରେ ପହଞ୍ଚିଛନ୍ତି ଗୋଗୋଇ। ସେଠାରେ ପତ୍ନୀଙ୍କ ସହ ମା' କାମାକ୍ଷା ଠାକୁରାଣୀଙ୍କୁ ଆଶିଷ ଭିକ୍ଷା କରିଛନ୍ତି। ଅଧିକ ଖବର ପଢନ୍ତୁ...
ଅବସର ପୂର୍ବରୁ ଅବସାନ କରି ମନ୍ଦିର ଦର୍ଶନରେ ରଞ୍ଜନ ଗୋଗଇ
ତେବେ ଗୋଗୋଇଙ୍କ ଅବସର ପରେ ଦାୟିତ୍ବ ନେବାକୁ ଥିବା ପରବର୍ତ୍ତୀ ମୁଖ୍ୟ ବିଚାରପତି ଏସଏ ବୋବଡେ ମଧ୍ୟ କାମାକ୍ଷା ଦେବୀଙ୍କ ମନ୍ଦିରରେ ପହଞ୍ଚି ଥିଲେ। ସେଠାରୁ ତାଙ୍କୁ ଉତ୍ତରୀୟ ପ୍ରଦାନ କରି ମନ୍ଦିରକୁ ପାଛୋଟି ନିଆଯାଇଥିଲା।
ସୂଚନା ଅନୁସାରେ, ଅବସର ଗ୍ରହଣ କରିବା ପୂର୍ବରୁ ଦୀର୍ଘ ଦଶନ୍ଧିର ବିବାଦର ଅବସାନ ଘଟାଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। 500 ବର୍ଷର ଐତିହାସିକ ରାୟ ଶୁଣାଣି କରି ଅଯୋଧ୍ୟାରେ ରାମଲାଲାଙ୍କୁ ନ୍ୟାୟ ଦେଇଛନ୍ତି ବିଚାରପତି। ତେବେ ଏତେ ବଡ ରାୟ ପରେ ଏବେ ମନ୍ଦିର ଦର୍ଶନ କରି ଭଗବାନଙ୍କ ପାଖରେ ମଥା ଟେକିଛନ୍ତି ମୁଖ୍ୟ ବିଚାରପତି।