ନୂଆଦିଲ୍ଲୀ: ଦିନକୁ ଦିନ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି ପରିବେଶ ପ୍ରଦୂଷଣ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି ଉତ୍ତର ପ୍ରଦେଶର ଗାଜିଆବାଦ ସହରର ମୁଖ୍ୟ ବିକାଶ ଅଧିକାରୀ ଅସ୍ମିତା ଲାଲ। ରାସ୍ତାଘାଟ, ସର୍ବସାଧାରଣ ସ୍ଥାନରେ ପଡିରହିଥିବା ଖାଲି ପଇଡରେ ଚାରା ଲଗାଇବା ଆରମ୍ଭ କରିଛନ୍ତି ସେ। ବର୍ତ୍ତମାନ ଏହା ସ୍ଥାନୀୟ ବିକାଶ ଭବନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ସ୍ବଚ୍ଛଭାରତ ଅଭିଯାନ: ଖାଲି ପଇଡରେ ମୁଖ୍ୟ ବିକାଶ ଅଧିକାରୀଙ୍କ ବୃକ୍ଷରୋପଣ - ସ୍ବଚ୍ଛ ଭାରତ ଲକ୍ଷ୍ୟ
ପରିବେଶ ସଂରକ୍ଷଣ କରିବାକୁ ଗାଜିଆବାଦ ସହର ମୁଖ୍ୟ ବିକାଶ ଅଧିକାରୀଙ୍କ ନୂଆ ପଦକ୍ଷେପ। ସମ୍ପୂର୍ଣ୍ଣ ପଢନ୍ତୁ...
ପରିବେଶ ସଂରକ୍ଷଣ କରିବାକୁ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ଆସୁଛି। ଏହି ମର୍ମରେ ଗାଜିଆବାଦର ମୁଖ୍ୟ ବିକାଶ ଅଧିକାରୀ ଅସ୍ମିତା ଲାଲ ନିଜ ପକ୍ଷରୁ ପଦକ୍ଷେପ ନେଇଛନ୍ତି। ନିଜର କାର୍ଯ୍ୟାଳୟରେରେ ସେ ଖାଲି ପଡିଥିବା ପଇଡରେ ଗଛ ଲଗାଉଛନ୍ତି।
ଏନେଇ ସେ କହିଛନ୍ତି ଯେ, ସହରରେ ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲୁ। ଖାଲି ପଇଡ ବ୍ୟତୀତ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ବୋତଲରେ ଗଛ ଲଗାଇବାକୁ ବିଚାର କରାଯାଇଥିଲା। ପ୍ରଥମେ ଏହାର ଆରମ୍ଭ ବିକାଶ ଭବନରେ କରାଯାଇଥିବା ବେଳେ, ଖୁବଶିଘ୍ର ଏହାକୁ ଗାଜିଆବାଦ ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟକାରୀ କରାଯିବ। ଏହାପରେ ସ୍କୁଲ ଓ କଲେଜକୁ ଏ ବାବଦରେ ଅବଗତ କରାଯିବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ବୃକ୍ଷ ରୋପଣ କରିବା ନେଇ ପ୍ରେରଣା ମିଳିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୌଣସି ଘରୋଇ ସଂସ୍ଥା ଏଥିରେ ଯୋଗ ଦେବାକୁ ଚାହିଁବେ, ସରକାରଙ୍କ ପକ୍ଷରୁ ସହଯୋଗ କରାଯିବ।