ଓଡିଶା

odisha

ETV Bharat / bharat

ଜେଲରେ ଜନ୍ମଦିନ ପାଳିବେ ଚିଦାମ୍ବରମ

ପ୍ରଥମ ଥର ପାଇଁ ଜେଲରେ ଜନ୍ମଦିନ ପାଳିବେ ଚିଦାମ୍ବରମ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ପି.ଚିଦାମ୍ବରମ ।

By

Published : Sep 6, 2019, 2:00 PM IST

ଫାଇଲ ଫଟୋ


ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଜେଲରେ ଜନ୍ମଦିନ ପାଳିବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ତିହାର ଜେଲ ପଠାଇ ଦିଆଯାଇଛି ।

ବର୍ତ୍ତମାନ ସେ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ । କିନ୍ତୁ ବଡ କଥା ହେଉଛି ସେପ୍ଟେମ୍ବର 16 ତାରିଖରେ ପଡୁଛି ଚିଦାମ୍ବରମଙ୍କ ଜନ୍ମଦିନ । ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ କୋର୍ଟଙ୍କ ନିକଟରେ ଅପିଲ୍ କରିଥିଲା ସିବିଆଇ । ହେଲେ ଏହାକୁ ପ୍ରବଳ ବିରୋଧ କରିଥିଲେ ଚିଦାମ୍ବରମଙ୍କ ଓକିଲ । ଶେଷରେ କୋର୍ଟ ତାଙ୍କୁ ତିହାର ଜେଲକୁ ପଠାଇ ଦେଇଛନ୍ତି ।

ତେବେ ଜେଲରେ ଚିଦାମ୍ବରମଙ୍କୁ କୌଣସି ବିଶେଷ ସୁବିଧା ଦିଆଯିବ ନାହିଁ । ଜେଲରେ ଅନ୍ୟ କଏଦୀଙ୍କ ଭଳି ଜୀବନଯାପନ କରିବେ ସେ ।

ABOUT THE AUTHOR

...view details