ନୂଆଦିଲ୍ଲୀ: ଆଇଏନଏକ୍ସ ମିଡି଼ଆ ଦୁର୍ନୀତି ମାମଲାରେ ସିବିଆଇ ହେପାଜତରେ ଥିବା ଚିଦାମ୍ବରମଙ୍କ ରିମାଣ୍ଡ ଆଜି ଶେଷ ହେଉଛି । ଫଳରେ ତାଙ୍କୁ ପୁନର୍ବାର କୋର୍ଟରେ ହାଜର କରିବ ସିବିଆଇ । ସେପଟେ କିନ୍ତୁ ଚିଦାମ୍ବରମ ସୁପ୍ରିମକୋର୍ଟରେ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ଅନୁମତି ମାଗିଛି । ଗତ 21 ତାରିଖରେ ଦୁଇ ଦିନର ଲୁଚକାଳି ଖେଳ ପରେ ତାଙ୍କ ଘରୁ ସିବିଆଇ ତାଙ୍କୁ ଗିରଫ କରିଥିଲା ।
ସେପ୍ଟମ୍ବର 2 ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ଅନୁରୋଧ
ବିଚାରପତି ଆର ଭାନୁମୂର୍ତ୍ତି ଓ ଏଏସ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିରେ କହିଥିଲେ କି, ସିବିଆଇ ହେପାଜତରେ ରହିବା ପାଇଁ ତଳ କୋର୍ଟ ନିର୍ଦ୍ଦେଶ ଦେଇଥିଲା । ତାହାକୁ ବିରୋଧ କରି ହୋଇଥିବା ଯାଚିକାର ଶୁଣାଣି କରିବା ପାଇଁ ଖଣ୍ଡପୀଠ ଆସନ୍ତା 2 ତାରିଖକୁ ଧାର୍ଯ୍ୟ କରିଛନ୍ତି । ଖଣ୍ଡପୀଠର ଏହି ନିଷ୍ପତ୍ତି ଶୁଣିବା ପରେ ଗତ ଗୁରୁବାର ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ସୁପ୍ରିମକୋର୍ଟରେ କହିଛନ୍ତି ।
ଚିଦାମ୍ବରମଙ୍କ ପ୍ରସ୍ତାବ ଉପରେ ନାହିଁ କୌଣସି ଚିପ୍ପଣୀ
ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କ ପ୍ରସ୍ତାବ ଉପରେ ଖଣ୍ଡପୀଠ କୌଣସି ପ୍ରକାର ମନ୍ତବ୍ୟ ଦେଇନାହାନ୍ତି । ମାତ୍ର 20 ତାରିଖରେ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରି ଚିଦାମ୍ବରମଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକା ଉପରେ କୋର୍ଟ ଆସନ୍ତା 5 ତାରିଖରେ ଶୁଣାଣି କରିବେ । ଏହା ସହିତ କୋର୍ଟ ଚୂଡାନ୍ତ ନିଷ୍ପତ୍ତି ନେବେ । ସୂଚନା ଯୋଗ୍ୟ ଚିଦାମ୍ବରମ ଦିଲ୍ଲୀ କୋର୍ଟ ଆଗୁଆ ଜାମିନ ଆବେଦନକୁ ବାତିଲ କରିବା ବିରୋଧରେ ଯାଚିକା ଦାୟର କରିଥିଲେ ।
"ଆସନ୍ତାକାଲି(ଶୁକ୍ରବାର) ମୋର ରିମାଣ୍ଡ ଶେଷ ହେଉଛି । ଏଥିପାଇଁ ମୁଁ ସିବିଆଇ ହେପାଜତରେ ରହିବାକୁ ଚାହୁଁଛି । ଏଥିରେ ଇଡ଼ିର ତଦନ୍ତରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବା ନାହିଁ ।"
ଖଣ୍ଡପୀଠର କହିବା ଅନୁଯାଯୀ ଚିଦାମ୍ବରମଙ୍କ ଗିରଫଦାରୀରୁ ବର୍ତ୍ତିବା ପାଇଁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ପାଞ୍ଚ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚିଦାମ୍ବରମ ଆଇଏନଏକ୍ସ ମାମଲାରେ ଗିରଫରୁ ବର୍ତ୍ତିବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ । ତେବେ ଚିଦାମ୍ବରମଙ୍କ ପାଇଁ ବରିଷ୍ଠ ଓକିଲ କପିଲ ଶିବଲ ଓ ଅଭିଷେକ ମନୁ ସିଂଘଓ୍ବି ମାମଲା ଲଢୁଛନ୍ତି ।
ଏହି ଦୁଇ ଓକିଲ ଖଣ୍ଡପୀଠକୁ କହିଥିଲେ କି, ରିମାଣ୍ଡକୁ ଚ୍ୟାନେଞ୍ଜ ଦେଉବାପାଇଁ ଦାୟର ହୋଇଥିବା ଯାଚିକାର ଶୁଣାଣି ଆସନ୍ତା 2 ତାରିଖରେ ହେବ । ଏଥିପାଇଁ ଚିଦାମ୍ବରମ 2 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ବୋଲି ଉଭୟ କପିଲ ଶିବଲ ଓ ଅଭିଷେକ ଖଣ୍ଡପୀଠ ନିକଟରେ କହିଛନ୍ତି ।