ଓଡିଶା

odisha

ETV Bharat / bharat

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ଚିଦାମ୍ବରମ

ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଜାମିନ ଆବେଦନର ଖାରଜ ପରେ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହେଲେ ପି ଚିଦାମ୍ବରମ । ମାମଲାର ତତ୍କାଳ ଶୁଣାଣି ପାଇଁ ଚିଦାମ୍ବରମଙ୍କ ଅନୁରୋଧ ।

ଫାଇଲ ଫଟୋ

By

Published : Oct 3, 2019, 12:48 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ମାମଲାରେ ତତ୍କାଳ ଶୁଣାଣି ପାଇଁ ଅପିଲ କରାଯାଇଛି ।

ଚିଦାମ୍ବରମଙ୍କ ମାମଲାରେ ଜାମିନ ଆବେଦନର ତତ୍କାଳ ଶୁଣାଣି ପାଇଁ ଏନ.ଭି ରମଣଙ୍କ ନେତୃତ୍ବାଧୀନ ବେଞ୍ଚ ଆଗରେ ଅନୁରୋଧ କାରାଯାଇଛି । ଚିଦାମ୍ବରମଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ କପିଲ ସିବଲ ଏହି ଆବେଦନ କରିଛନ୍ତି ।

ଚିଦାମ୍ବରମ ଏବେ ତିହାର ଜେଲରେ ଅଛନ୍ତି । ରାଉଜ ଏଭେନ୍ୟୁ କୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ଚିଦାମ୍ବରମ । ସେପ୍ଟେମ୍ବର 30 ତାରିଖରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।

ABOUT THE AUTHOR

...view details