ରାୟପୁର: ‘କର୍ତ୍ତବ୍ୟ ହିଁ ଭଗବାନ’ । ଏହି ଉକ୍ତିଟିକୁ ପରମ ଧର୍ମ ଭାବେ ଗ୍ରହଣ କରିନେଇଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର ଏଏନଏମ ଓ ତାଙ୍କ ସହଯୋଗୀ । ଜିଲ୍ଲାର ଅନ୍ତରୀଣ ଅଞ୍ଚଳ ଯଥା ଭୌରବଗଡ, ଉସୁର, ଭୋପାଳପଟନମ ଓ ଏହାଠାରୁ 25 କିଲୋମିଟର ଦୂରରେ ସ୍ଥିତ କୋଣ୍ଡାପଲ୍ଲୀ ଓ ନରୋନପଲ୍ଲୀସ୍ଥିତ ଉପ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଅପହଞ୍ଚ ସ୍ବାସ୍ଥ୍ୟସେବା । ଏହି ଅଞ୍ଚଳଗୁଡିକୁ ଯିବାକୁ ହେଲେ ପାର କରିବାକୁ ହୁଏ ନଦୀ ।
ହେଲେ ଗନ୍ତବ୍ୟ ରାସ୍ତା ଅଭାବ ଥିବା ଏହି ଅଞ୍ଚଳଗୁଡିକୁ ପ୍ରତିଦିନ ନଦୀପାର ହୋଇ ଯାଆନ୍ତି ଏଏନଏମ ଆଂଶୁରିୟା ରାଓ ଓ ରାନୀ ମଣ୍ଡାବୀ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବିଗତ ଅନେକ ଦିନ ହେବ ଏହିପରି ନିରବଚ୍ଛିନ୍ନ ଭାବେ ନିଜ କର୍ତ୍ତବ୍ୟ ପାଳନ କରିଚାଲିଛନ୍ତି ଏହି ଦୁଇ ଏଏନଏମ ଓ ତାଙ୍କ ସହଯୋଗୀ । ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଓ ସୁବିଧାକୁ ମୁଖ୍ୟ ପ୍ରାଧାନ୍ୟ ଦେଇ ପ୍ରତିଦିନ ଜୀବନକୁ ବାଜିରେ ଲଗାଇ ନଦୀପାର କରନ୍ତି ଏମାନେ ।