ଓଡିଶା

odisha

ETV Bharat / bharat

ଲିଙ୍ଗ ଅନୁପାତରେ ସର୍ବାଗ୍ରେ ଛତିଶଗଡ, 1000 ପୁରୁଷରେ 958 ମହିଳା - ଛତିଶଗଡ ଲାଟେଷ୍ଟ ନ୍ୟୁଜ୍‌

ଛତିଶଗଡରେ ଝିଅଙ୍କ ସୁରକ୍ଷା ପାଇଁ ସରକାର ନେଉଥିବା ପଦକ୍ଷେପରେ ଏବେ ଫଳାଫଳ ଦେଖିବାକୁ ମିଳୁଛି । ମଙ୍ଗଳବାର ଏନେଇ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନ ଏକ ରିପୋର୍ଟ ଦାଖଲ କରିଥିଲେ ।

sex ration at birth, sex ration in chhattisgarhm chhattisgarh latest news, women safety in chhattisgarh, ଜନ୍ମ ସମୟରେ ଲିଙ୍ଗ ଅନୁପାତ, ଛତିଶଗଡରେ ଲିଙ୍ଗ ଅନୁପାତ, ଛତିଶଗଡ ଲାଟେଷ୍ଟ ନ୍ୟୁଜ୍‌, ଛତିଶଗଡରେ କନ୍ୟା ସୁରକ୍ଷା
ଲିଙ୍ଗ ଅନୁପାତରେ ସର୍ବାଗ୍ରେ ଛତିଶଗଡ, 1000 ପୁରୁଷରେ 958 ମହିଳା

By

Published : Jul 1, 2020, 5:34 AM IST

ରାୟପୁର: ଛତିଶଗଡରେ ଝିଅଙ୍କ ସୁରକ୍ଷା ପାଇଁ ସରକାର ନେଉଥିବା ପଦକ୍ଷେପରେ ଏବେ ଫଳାଫଳ ଦେଖିବାକୁ ମିଳୁଛି । ମଙ୍ଗଳବାର ଏନେଇ ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନ ଏକ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟରେ 2018 ବର୍ଷର ରେକର୍ଡ ମୁତାବକ ଶିଶୁ ଜନ୍ମ ସମୟରେ ଲିଙ୍ଗ ଅନୁପାତରେ ସାରା ଦେଶରେ ଛତିଶଗଡ ସର୍ବାଗ୍ରେ ରହିଛି । ଏହିକ୍ରମରେ ଛତିଶଗଡରେ 1000 ପୁରୁଷରେ 958 ମହିଳା ରହିଥିବା ଜଣା ପଡିଛି ।

ସେପଟେ ରାଜ୍ୟରେ ଗ୍ରାମୀଣ ଅଞ୍ଚଳରେ ଏହି ଅନୁପାତ 1000 ପୁରୁଷରେ 976 ମହିଳା ରହିଥିବା ଜଣା ପଡିଛି । ଯେବେ କି ଜାତୀୟସ୍ତରୀୟ ଗ୍ରାମୀଣ କ୍ଷେତ୍ରରେ 1000 ପୁରୁଷରେ 900 ମହିଳା ରହିଥିବା ଦେଖାଯାଇଛି । ତେବେ ଛତିଶଗଡରେ ପ୍ରକାଶ ପାଇଥିବା ଏହି ରିପୋର୍ଟ ମୁତାବକ ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ତୁଳନାରେ ମଧ୍ୟ ଛତିଶଗଡ ମହିଳା ଓ ଝିଅଙ୍କ ଉପରେ ଅତ୍ୟାଚାରର ମାତ୍ରା ବହୁତ କମ୍‌ ରହିଥିବା ଜଣା ପଡିଛି ।

ଝିଅଙ୍କ ପାଇଁ ରାଜ୍ୟରେ ପରିଚାଳିତ ଯୋଜନା:

  • ଛତିଶଗଡ ନୋନି ସୁରକ୍ଷା ଯୋଜନା
  • ବେଟି ବଚାଓ- ବେଟି ପଢାଓ ଯୋଜନା
  • ସୁକନ୍ୟା ସମୃଦ୍ଧି ଯୋଜନା
  • ମୁଖ୍ୟମନ୍ତ୍ରୀ ସୁପୋଷଣ ଅଭିଯାନ
  • ଛତିଶଗଡ ଧନ ଲକ୍ଷ୍ମୀ ଯୋଜନା
  • ଛତିଶଗଡ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details