ଓଡିଶା

odisha

ETV Bharat / bharat

ଚାଷୀଙ୍କ ପାଇଁ 21 ମେ ରୁ 'ନ୍ୟାୟ ସ୍କିମ' ଆରମ୍ଭ କରିବେ ଛତିଶଗଡ ସରକାର - ନ୍ୟାୟ ସ୍କିମ

ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଛତିଶଗଡ ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀରେ 21 ମେରୁ ନ୍ୟାୟ ଯୋଜନା ଆରମ୍ଭ ହେବ । ଏହି ନ୍ୟାୟ ଯୋଜନା ଛତିଶଗଡରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଏବଂ ଏହାର କାର୍ଯ୍ୟକାରିତା ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଦ୍ବାରା ଉଦଘାଟିତ ହେବ ।

chhattisgarh
ଚାଷୀଙ୍କ ପାଇଁ 21 ମେ ରୁ 'ନ୍ୟାୟ ସ୍କିମ' ଆରମ୍ଭ କରିବେ ଛତିଶଗଡ ସରକାର

By

Published : May 18, 2020, 11:24 PM IST

ରାୟପୁର: ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଛତିଶଗଡ ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀରେ 21 ମେରୁ ନ୍ୟାୟ ଯୋଜନା ଆରମ୍ଭ ହେବ । ଏହି ନ୍ୟାୟ ଯୋଜନା ଛତିଶଗଡରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଏବଂ ଏହାର କାର୍ଯ୍ୟକାରିତା ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଦ୍ବାରା ଉଦଘାଟିତ ହେବ ।

ରାଜ୍ୟରେ କିଷାନ ନ୍ୟାୟ ଯୋଜନା ଦ୍ବାରା 20 ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଘୋଷଣା କରିଛନ୍ତି ସରକାର । ଯେଉଁଥିରେ ଧାନ, ମକା ଏବଂ ଆଖୁ (ରବି) ଫସଲ ପାଇଁ ପଞ୍ଜୀକୃତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫଣ୍ଡ ଟ୍ରାନ୍ସଫର କରାଯିବ । ଖରିଫ ବର୍ଷ 2019 ରେ ପଞ୍ଜୀକୃତ ଚାଷ ଜମି ଅନୁସାରେ ମିଳିବ ଟଙ୍କା ।

କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିବା ନ୍ୟାୟ ଯୋଜନା ହେଉଛି ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଗରିବ ଲୋକଙ୍କୁ ସର୍ବନିମ୍ନ ଆୟ ସୁନିଶ୍ଚିତ କରିବା । ଡିସେମ୍ବର 2018 ରେ ଛତିଶଗଡରେ ବଘେଲଙ୍କ ନେତୃତ୍ବାଧୀନ ସରକାର ଗଠନ ହେବାର କିଛି ସମୟ ପରେ କୃଷକ, ଆଦିବାସୀ ଏବଂ ଶ୍ରମିକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ କରିବା ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧିକାରୀ କହିଛନ୍ତି ଯେ ଏହି ଯୋଜନା 20 ଲକ୍ଷ ଚାଷୀଙ୍କୁ ସିଧାସଳଖ ସାହାଯ୍ୟ କରିବ ।

@IANS

ABOUT THE AUTHOR

...view details