ଓଡିଶା

odisha

ETV Bharat / bharat

ଛତିଶଗଡ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦାବି 'ଡାକ୍ତର ସୁରକ୍ଷା ଆଇନ' - ଛତିଶଗଡ

କୋରୋନା ମହାମାରୀ ବିରୋଧୀ ଲଢେଇରେ ଆଗ ଧାଡିର ଯୋଦ୍ଧା ଡାକ୍ତର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଏପରିସ୍ଥଳେ ଛତିଶଗଡର ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂହ ଡାକ୍ତରଙ୍କ ସୁରକ୍ଷା କାନୁନ ପାଇଁ ଦାବି ଉଠାଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Apr 22, 2020, 5:54 PM IST

ରାୟପୁର: ଦେଶରେ କୋରୋନା ଲଢେଇ ଜାରି ରହିଛି । ଏପରିସ୍ଥଳେ କୋରୋନା ମହାମାରୀ ବିରୋଧୀ ଲଢେଇରେ ଆଗ ଧାଡିର ଯୋଦ୍ଧା ଡାକ୍ତର ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି । ଏପରିସ୍ଥଳେ ଛତିଶଗଡର ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂହ ଡାକ୍ତରଙ୍କ ସୁରକ୍ଷା କାନୁନ ପାଇଁ ଦାବି ଉଠାଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଦଣ୍ଡବିଧାନ ଅନୁଯାୟୀ ଡାକ୍ତରମାନଙ୍କୁ ଏକ ଆଇନ ଦ୍ବାରା ସୁରକ୍ଷିତ ପ୍ରଦାନ କରାଯିବା ଉଚିତ । କଠୋର ଦଣ୍ଡ ସହ ଡାକ୍ତର ସୁରକ୍ଷା ଆଇନ ପ୍ରଣୟନ କରାଯିବା ଉଚିତ। ଡାକ୍ତରଙ୍କ ଦାୟିତ୍ବ ମଧ୍ୟ ସ୍ଥିର କରାଯିବା ଉଚିତ ।

କରୋନାଭାଇରସ୍ ମହାମାରୀ ସହ ଲଢୁଥିବା ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କୁ ଆକ୍ରମଣ କରାଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଏହାପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡାକ୍ତର ଏବଂ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଭିଡିଓ ମାଧ୍ୟମରେ ଆଲୋଚନା କରିଥିଲେ । ଏହାପରେ ଏପ୍ରିଲ 22 ଏବଂ 23 ରେ ଆଇଏମଏ ବିରୋଧ ପ୍ରଦର୍ଶନ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛି ।

@IANS

ABOUT THE AUTHOR

...view details