ରାୟପୁର: ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବା ପାଇଁ ଲଢେଇ ଆରମ୍ଭ କରିଛି ଭାରତ । ଏକକ ବ୍ୟବହୃତ ପ୍ଲାଷ୍ଟିକ ସହଜରେ ମାଟିରେ ବିଘଟନ ହେଉନଥିବାରୁ ସାରା ବିଶ୍ବ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି । ଏପରି ସ୍ଥଳରେ ଛତିଶଗଡର ଜଣେ ଯୁବକ ପ୍ଲାଷ୍ଟିକରୁ ତିଆରି କରୁଛନ୍ତି ଟି-ସାର୍ଟ । ସେ ପୁଣି ଷ୍ଟାଟ-ଅପ ଜରିଆରେ ।
ପ୍ଲାଷ୍ଟିକ ବୋତଲରେ ତିଆରି ହେଉଛି ଟି-ସାର୍ଟ । ଯେଉଁ ପ୍ଲାଷ୍ଟିକ ବୋତଲକୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଉଛେ ସେଥିରୁ ପ୍ରସ୍ତୁତ ହେଉଛି ଭଳିକି ଭଳି ଟି-ସାର୍ଟ । ଛତିଶଗଡର ଆଶିଷ ଠାକୁର ନାମକ ଯୁବକ ଏଭଳି କମାଲ କରୁଛନ୍ତି । ସେ ଷ୍ଟାର୍ଟ-ଅପ ମାଧ୍ୟମରେ ପ୍ଲାଷ୍ଟିକ ବୋତଲରେ ତିଆରି କରୁଛନ୍ତି ଟି-ସାର୍ଟ । ଯାହା ଦ୍ବାରା ପ୍ଲାଷ୍ଟିକ ବୋତଲ ପୁନଃ ବ୍ୟବହାରଯୋଗ୍ୟ ହେବା ସାଙ୍ଗକୁ ପରିବେଶ ମଧ୍ୟ ସୁରକ୍ଷିତ ରହୁଛି ।