ଓଡିଶା

odisha

ETV Bharat / bharat

ଲଜ୍ଜ୍ୟା: ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! - ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! ଅଭିଯୁକ୍ତ ଗିରଫ, ପୋଲିସର ଛାନଭିନ । ଅଧିକ ପଢନ୍ତୁ...

Chhattisgarh Man Kills Four year old Girl After Rape
ପୁଣି ଲଜ୍ଜ୍ୟା: ଚାରି ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା !

By

Published : Aug 24, 2020, 9:42 AM IST

ରାୟପୁର:4 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! ଏଭଳି ଲଜ୍ଜ୍ୟା ଜନକ ଘଟଣା ଘଟିଛି ଛତିଶଗଡର ରାଜନନ୍ଦନଗାଁଓରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ସେହି ଗାଁର ଯୁବକ ଶେଖର କୋରମା ।

ସୂଚନା ଅନୁସାରେ, ରାଜନନ୍ଦନଗାଁଓ ଅଞ୍ଚଳର ଜଣ ନାବାଳିକା ହଠାତ ଗାଁରୁ ନିଖୋଜ ହୋଇଯାଇଥିଲା । ନାବାଳିକାଟି ଅଭିଯୁକ୍ତର ଘର ସମ୍ମୁଖରେ ଖେଳୁଥିବା ସମୟରେ ସେ ତାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକାକୁ ହତ୍ୟା କରିଥିଲା । ଗାଁରେ ନିର୍ମାଣଧୀନ ଏକ ଘରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତର ଘରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ, ଅଭିଯୁକ୍ତ ବିରୋଧରେ ପୋସ୍କୋ ଆଇନ ଅନୁସାରେ, ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

ABOUT THE AUTHOR

...view details