ରାୟପୁର: ଛତିଶଗଡରେ ଗୋପାଳନକୁ ଆର୍ଥିକରୂପେ ଲାଭଦାୟକ ତଥା ପର୍ଯ୍ୟାବରଣର ରକ୍ଷା ପାଇଁ ଆରମ୍ଭ ହେବ ଗୋଧନ ନ୍ୟାୟ ଯୋଜନା । ଗୁରୁବାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ଯୋଜନା ସମ୍ପର୍କରେ ସୂଚନା ଦେବା ସହ ଏହା ରାଜ୍ୟରେ ହରେଲୀ ପର୍ବ ଅବସରରେ ଆରମ୍ଭ ହେବ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ଗୋପାଳନକୁ ପ୍ରୋତ୍ସାହନ ଦେବା ସହ ଏମାନଙ୍କ ସୁରକ୍ଷା ଓ ପଶୁପାଳନକୁ ଲାଭଦାୟକ କରିବା ଏହାର ମୂଳ ଉଦ୍ଦେଶ୍ୟ । ରାଜ୍ୟର 2200 ଗାଁରେ ପଶୁଧନ ସଂରକ୍ଷଣ ପାଇଁ ଗୋଶାଳାର ନିର୍ମାଣ ହୋଇଥିବାବେଳେ ଆହୁରି 2800 ଗାଁରେ ଗୋଶାଳା ନିର୍ମାଣ କାର୍ଯ୍ୟ ଜାରି ରହିଛି । ଆଗାମୀ ଦିନରେ 5 ହାଜ ଗାଁରେ ଗୋଶାଳା ନିର୍ମାଣ ହେବାନେି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଗାଁ ଗୁଡିକରେ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ବାରା ବହୁମାତ୍ରାରେ ଗୋବରଗ୍ୟାସ ପ୍ଲାଣ୍ଟର ନିର୍ମାଣ କରାଯାଉଛି ।