ରାୟପୁର: ସିଆରପିଏଫ ଏଏସଆଇ ନିଜକୁ ଗୁଳି କରି କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡର ମାଓପ୍ରବଣ ସୁକମା ଅଞ୍ଚଳରେ ।
ସୂଚନା ଅନୁଯାୟୀ ସୁକମା ଅଞ୍ଚଳରେ ନିୟୋଜିତ ସିଆରପିଏଫର 2ୟ ବାଟାଲିୟନରେ କର୍ଣ୍ଣାଟକର ଶିବାନନ୍ଦ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ । ବୁଧବାର ସକାଳେ ସିଆରପିଏଫ କ୍ୟାମ୍ପ ପରିସରରେ କଥାବାର୍ତ୍ତା କରିଥିଲେ ଏବଂ କିଛି ସମୟ ନିଜ ସାଥୀ ଯବାନଙ୍କ ସହିତ ଖେଳିବା ପରେ ନିଜ ବାରାକକୁ ଫେରିଯାଇଥିଲେ । ଏହାପରେ କିଛି ସମୟ ପରେ ଶିବାନନ୍ଦ ନିଜ ବାରାକରେ ନିଜ ସର୍ଭିସ ବନ୍ଧୁକ ଏକେ 47 ରାଇଫଲରୁ ନିଜକୁ ଗୁଳି କରିଥିଲେ । ଗୁଳି ଶଦ୍ଦ ଶୁଣି ସାଥୀ ଯବାନ ଆସିବାବେଳକୁ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲେ ଶିବାନନ୍ଦ । ଏହା ପରେ ଯବାନମାନେ ନିଜ ଉପରିସ୍ଥ ଅଫିସରଙ୍କୁ ଖବର ଦେଇଥିଲେ ।