ରାୟପୁର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ସମସ୍ତ ସ୍ଥାନରେ ଆସ୍ଥା ଓ ବିଶ୍ବାସର ବୁଡ ପକାଉଛନ୍ତି ଲୋକେ । ଏହି ଅବସରରେ ଛତିଶଗଡ ସିଏମ ଭୁପେଶ ବଘେଲ ରାୟପୁରର ମହାଦେବ ଘାଟରେ ଆସ୍ଥାର ବୁଡ ପକାଇବା ସହ ଦୀପ ଦାନ କରି ଆଳତି କରିଛନ୍ତି ।
କାର୍ତ୍ତିକ ପୂର୍ଣ୍ଣିମା: ବୁଡ ପକାଇଲେ ଛତିଶଗଡ ସିଏମ - ଆସ୍ଥାର ବୁଡ ପକାଇଲେ ଛତିଶଗଡ ସିଏମ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୂର୍ଯ୍ୟୋଦୟ ପୂର୍ବରୁ ରାୟପୁରର ମହାଦେବ ଘାଟରେ ଆସ୍ଥାର ବୁଡ ପକାଇ ରାଜ୍ୟବାସୀଙ୍କ ପାଇଁ ସୁଖ ସମୃଦ୍ଧି ମାଗିଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଏହି ଅବସରରେ ସିଏମଙ୍କ ସହ ବିଧାୟକ ସତ୍ୟନାରାୟଣ ଶର୍ମା, ବିଧାୟକ ବିକାଶ ଉପାଧ୍ୟାୟ, ପିସିସି ମୁଖ୍ୟ ମୋହନ ମରାକମ ଓ ମେୟର ପ୍ରମୁଖ ବୁଡ ପକାଇଛନ୍ତି । ସିଏମ ବଘେଲ ବୁଡ ପକାଇ ସାରିବା ପରେ ପୂଜାର୍ଚ୍ଚନା କରି ପ୍ରଦେଶବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।
ଏନେଇ ଭୁପେଶ କହିଛନ୍ତି ଯେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ଦୀପ ଦାନ କରାଯାଇଥାଏ । ଏହି ସ୍ନାନ ରାଜ୍ୟରେ 15 ଦିନ ଧରି ଚାଲିବ ।