ରାୟପୁର: କ୍ରାନ୍ତିକାରୀ ବୀର ସାବରକରଙ୍କ ଜୀବନୀକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲଙ୍କ ବିବାଦୀୟ ବୟାନ। 1911 ମସିହା ପର୍ଯ୍ୟନ୍ତ କ୍ରାନ୍ତିକାରୀ ଥିଲେ ସାବରକର। ପରେ ସେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି। ଏପିରିକି ଜେଲ ମଧ୍ୟ ଯାଇଛନ୍ତି।
‘ଇରେଂଜକୁ ଭୁଲ ମାଗିଛନ୍ତି, ଗାନ୍ଧୀ ହତ୍ୟାରେ ଜେଲ ଯାଇଛନ୍ତି ସାବରକର’ - ଗାନ୍ଧୀ ହତ୍ୟାରେ ଜେଲ ଯାଇଛନ୍ତି ସାବରକର
ସାବରକରଙ୍କୁ ଦେଶ ବିଭାଜନକାରୀ କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ପୂର୍ବରୁ ମହାତ୍ମା ଗାନ୍ଧୀ ହତ୍ୟା ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ଜେଲ ଯାଇଛନ୍ତି। ଅନେକ ବାର ମଧ୍ୟ ସାବରକର ଇଂରେଜକୁ ଭୁଲ ମାଗିଛନ୍ତି ବୋଲି ବିବାଦୀୟ ବୟାନ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ।
ଡ଼ିଜାଇନ୍ ଫଟୋ
ମଙ୍ଗଳବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି, ଭାରତକୁ ବିଭାଜନ କରିବାକୁ ଅବିରତ ଉଦ୍ୟମରତ ଥିଲେ ସାବରକର । ଏହାସହ ସେ ଜେଲ ଯିବା ପରେ ଇଂରେଜଙ୍କୁ ବହୁବାର ଭୁଲ ମଧ୍ୟ ମାଗିଛନ୍ତି।
ଗୋଟେପଟେ ବିଜେପି ପକ୍ଷରୁ ବୀର ସାବରକରଙ୍କୁ ଦେଶର କ୍ରାନ୍ତିକାରୀ ଜନନେତା କହିବା ସହ ସର୍ବୋଚ୍ଚ ସାମ୍ମାନ ‘ଭାରତ ରତ୍ନ’ ଦେବା ପାଇଁ ଦାବି କରୁଛି। ଅନ୍ୟପଟେ କଂଗ୍ରେସ ନେତା ସାବରକରଙ୍କୁ ଗାନ୍ଧୀ ହତ୍ୟାକାରୀ ସହ ଦେଶ ବିଭାଜନକାରୀ ରୂପେ ଆକ୍ଷେପ କରିଛନ୍ତି। ଯାହାକୁ ନେଇ ଜୋର ଧରିଛି ରାଜନୀତି।