ରାୟପୁର:ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି (ମଙ୍ଗଳବାର) ରାଜ୍ୟବାସୀଙ୍କୁ ପୋଲ ପର୍ବର ଶୁଭେଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳକାମନା କରିଛନ୍ତି । ଏହି ଅବସରେର ମୁଖ୍ୟମନ୍ତ୍ରୀ ବଘେଲ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।
ପୋଲ ପର୍ବରେ ସାମିଲ ହେଲେ ଭୁପେଶ ବାଘେଲ; ବଜାଇଲେ ବାଜା ନିଜର ଶୁଭକାମନା ବାର୍ତ୍ତାରେ ବାଘେଲ କହିଛନ୍ତି ପୋଲ ପର୍ବ ରାଜ୍ୟର ସଂସ୍କୃତି ପରମ୍ପରା । ଲୋକଙ୍କ ମନରେ ହୃଦୟରେ ଥିବା ପର୍ବ । ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ଆଶା ଥାଏ ।
ମୁଖ୍ୟମନ୍ତ୍ରୀ ନିବାସରେ ଆୟୋଜିତ ହୋଇଥିବା ଏହି ପର୍ବରେ ଖୋଦ ନିଜେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଲୋକଙ୍କ ସହ ଖୁସି ମନାଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଗୀତ ସହ ବାଦ୍ୟ ବଜାଉଛନ୍ତି । ଯାହାକୁ ନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଅବତାରକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ସାମାଜିକ ଦୂରତା ଉଲ୍ଲଘଂନ ହୋଇଥିବାରୁ ମଧ୍ୟ ପ୍ରଶ୍ନ ଉଠିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ