ଓଡିଶା

odisha

ETV Bharat / bharat

ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଠାବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ - ଛତିଶଗଡରେ ଯୁବତୀଙ୍କ ଅର୍ଦ୍ଧ ଦଗ୍ଧ

ଛତିଶଗଡର ବଳରାମପୁର ଜିଲ୍ଲାରେ ରବିବାର ଅଜଣା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

chhattisgarh charred body of woman
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Dec 1, 2019, 11:16 PM IST

ରାୟପୁର: ହାଇଦ୍ରାବାଦରେ ଜଣେ ମହିଳା ପଶୁ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ଜଳନ୍ତା ମୃତ ଶରୀର ମିଳିବା ପରେ ସାରା ଦେଶରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଏବେ ସମାନ ଧରଣର ଘଟଣା ସାମ୍ନାକୁ ଆସୁଛି । ଛତିଶଗଡର ବଳରାମପୁର ଜିଲ୍ଲାରେ ରବିବାର ଅଜଣା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ବୟସ 20ରୁ 30 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରିଛି ପୋଲିସ ।

ପୋଲିସ ସୂଚନା ଅନୁଯାୟୀ କିଛି ପଶୁ ଚରାଳି ରାଜପୁର ପୋଲିସକୁ ପ୍ରଥମେ ଏହି ସୂଚନା ପ୍ରଦାନ କରିଥିଲେ। ରାଜପୁର ଥାନା ଅଧିନରେ ଆସୁଥିବା ଗୋପାଳପୁର ମୁର୍କା ବାନ୍ଧ ନିକଟସ୍ଥ ଜଙ୍ଗଲରେ ଏହି ମୃତଦେହ ଦେଖିଥିଲେ ସ୍ଥାନୀୟ ପଶୁ ଚରାଳି। ଦୁଇ ତିନି ପୂର୍ବରୁ ଏହି ହତ୍ୟା ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଷ୍କର୍ମ ପରେ ହତ୍ୟା କରି ମୃତ ଦେହକୁ ଜଳାଇ ଦିଆଯାଇଥିବା କହିଛି ।

ଘଟଣାସ୍ଥଳରୁ ଏକ ମଦ ବୋତଲ ଥିବା ବ୍ୟାଗ ଓ କିଛି ଖାଦ୍ୟ ଦ୍ରବ୍ୟ ମିଳିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ପୋଲିସ । ଅନ୍ୟପଟେ ବଳରାମପୁର ଆରକ୍ଷୀ ଅଧୀକ୍ଷକ ଟି ଆର କୋସିମା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ABOUT THE AUTHOR

...view details