ଓଡିଶା

odisha

ETV Bharat / bharat

ଦୁର୍ଘଟଣାରେ ଆହତ ବ୍ୟବସାୟୀଙ୍କୁ 3 ଲକ୍ଷ ଫେରାଇ ଚର୍ଚ୍ଚାରେ ଡ୍ରାଇଭର - Chhattisgarh news

ଆଜିବି ହଜି ଯାଇନି ମାନବିକତା । ଆଉ ଏହା ପ୍ରମାଣିତ କରି ଦେଖାଇଛନ୍ତି ଛତିଶଗଡ ଧମତରୀରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଧର୍ମେନ୍ଦ୍ର ସାହୁ । ଅଧିକ ପଢନ୍ତୁ...

Breaking News

By

Published : Aug 16, 2020, 2:46 PM IST

ରାୟପୁର: ଛତିଶଗଡର ଧମତରୀରେ 108 ସଞ୍ଜୀବନୀ ଏକ୍ସପ୍ରେସର ଇଏମଟି ଡାଇମଣ୍ଡ ନିଶାଦ ଏବଂ ପାଇଲଟ ଧର୍ମେନ୍ଦ୍ର ସାହୁ ଏକ ସଡକ ଦୁର୍ଘଟଣାରେ ଆହତ ବ୍ୟବସାୟୀଙ୍କ 3 ଲକ୍ଷ ଟଙ୍କା ଏବଂ ମୋବାଇଲ ଫୋନ ତାଙ୍କ ପରିବାରକୁ ଦେଇ ସଚ୍ଚୋଟତା ଏବଂ କର୍ତ୍ତବ୍ୟନିଷ୍ଠାର ଉଦାହରଣ ଦେଇଛନ୍ତି। ପରିବାର ସଦସ୍ୟଙ୍କ ସମେତ ରାଜ୍ୟବାସୀ ଏହି ସଚ୍ଚୋଟତା ପାଇଁ ପ୍ରଶଂସା କରିଛନ୍ତି ।

ଅଗଷ୍ଟ 15 ତାରିଖ ଦିନ ଧମତରୀରୁ ରାୟପୁର ଯାଉଥିବା 58 ବର୍ଷିୟ ନରେନ୍ଦ୍ର ଶର୍ମା ଗୁଜରା-କୋସମାରା ରାସ୍ତା ନିକଟରେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିଲେ। ଘଟଣାର ଖବର ପାଇବା ପରେ ଏମଟି ଡାଇମଣ୍ଡ ନିଶାଦ ଏବଂ ପାଇଲଟ ଧର୍ମେନ୍ଦ୍ର ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଆହତ ନରେନ୍ଦ୍ର ଶର୍ମା ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ। ଏହା ପରେ ଟିମ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ସହିତ ଜିଲ୍ଲା ଡାକ୍ତରଖାନା ଧମତରୀକୁ ଆଣିଥିଲା ।

ସଚ୍ଚୋଟ ଡ୍ରାଇଭର: ଦୁର୍ଘଟଣାରେ ଆହତ ବ୍ୟବସାୟୀଙ୍କୁ ଫେରାଇଲେ 3 ଲକ୍ଷ ଟଙ୍କା ଓ ମୋବାଇଲ

ଏହି ସମୟରେ ନରେନ୍ଦ୍ର ଶର୍ମାଙ୍କ ବ୍ୟାଗରେ 3 ଲକ୍ଷ ଟଙ୍କା ଏବଂ ଦୁଇଟି ମୋବାଇଲ ଥିଲା। ଇଏମଟି ଏବଂ ପାଇଲଟ ଆହତ ବ୍ୟବସାୟୀଙ୍କ ପୁଅ ଶଶାଙ୍କ ଶର୍ମାଙ୍କୁ ପୋଲିସ ସମ୍ମୁଖରେ ସୁରକ୍ଷିତ ଭାବେ ଫେରାଇ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details