ଦାନ୍ତେୱାଡା(ଛତିଶଗଡ): ଦାନ୍ତେୱାଡା ପୋଲିସକୁ ଆଉ ଏକ ବଡ ସଫଳତା । ଜିଲ୍ଲାରେ ଏକି ଅଭିନବ ବରାଟୁ ଅଭିଯାନରେ ପ୍ରଭାବିତ ହୋଇ 16ଜଣ ନକ୍ସଲ ଦନ୍ତେୱାଡା ଏସପି ଡ. ଅଭିଷେକ ପଲ୍ଲବଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ଘର ସ୍ଥାନୀୟ ପଶ୍ଚିମ ବସ୍ତରର କାମାଲୁର ଅଞ୍ଚଳର ବୋଲି କହିଛନ୍ତି ଏସପି ଡ. ଅଭିଷେକ ପଲ୍ଲବ । ଏହି 16 ଜଣଙ୍କ ମଧ୍ୟରେ 3 ଜଣ କମାଣ୍ଡର ଶ୍ରେଣୀର ରହିଛନ୍ତି । ଛତିଶଗଡ ସରକାର ଏମାନଙ୍କୁ ଗିରଫ ପାଇଁ ଏକଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷିତ କରିଥିଲା ।