ରାୟପୁର: ଧରାପୃଷ୍ଠରୁ ବିଦାୟ ନେଲେ ଗଣପତି । ଚାରିଆଡେ ଧୁମଧାମରେ ପୂଜା ପରେ ଚାଲିଛି ଗଣେଶ ବିସର୍ଜନ । ଶନିବାର ଛତିଶଗଡ ରାୟପୁରରେ ବିସର୍ଜନ ବେଳେ ମୁଖ୍ୟମନ୍ତ୍ରୀ ଭୂବେଶ ବାଘେଲ ନାଚୁଥିବା ଦେଖିବାକୁ ମିଳିଛି । ରାତି 10ଟାରୁ ଆରମ୍ଭ ହୋଇଥିଲା ବିସର୍ଜନ । ଶହଶହ ଲୋକଙ୍କ ସହ ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ।
ଗଣେଶ ବିସର୍ଜନରେ ନାଚିଲେ ସିଏମ, ଭିଡିଓ ଭାଇରାଲ - ଗଣେଶ ବିସର୍ଜନରେ ନାଚିଲେ ସିଏମ,
ଗଣେଶ ବିସର୍ଜନରେ ନାଚିଲେ ଛତିଶଗଡ ସିଏମ । ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ । ରାୟପୁର ଗଣେଶ ବିସର୍ଜନରେ ନାଚିଲେ ଭୂପେଶ ବାଘେଲ ।
ଡିଜାଇନ ଫଟୋ
ନାଚିଲେ ସିଏମ
ଭଜନର ତାଳେ ତାଳେ ଝୁମିଥିଲେ ବାଘେଲ । ବାଜା ଗୀତର ଧୁମ ଏତେ ଥିଲା ଯେ ସେ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ । ତାଙ୍କ ସହ ବିଧାୟକ ବିକାଶ ଉପାଧ୍ୟାୟ ଏବଂ ପ୍ରମୋଦ ଦୁବେ ମଧ୍ୟ ନାଚୁଥିବା ନଜର ଆସିଛନ୍ତି । ତାଙ୍କର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି ।
ବିସର୍ଜନରେ ଉପସ୍ଥିତ ଥିବା ଲୋକଙ୍କୁ ଫୁଲ ପକାଇ ସ୍ବାଗତ କରିଥିଲେ ସିଏମ । ଲୋକେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ହାତ ମିଳାଇଥିଲେ ।