ଓଡିଶା

odisha

ETV Bharat / bharat

ମାଗଣାରେ ଛାତ୍ରଛାତ୍ରୀଙ୍କୁ ‘ଛପାକ’ ଦେଖାଇବ କଂଗ୍ରେସ ଛାତ୍ର ସଂଗଠନ - jnu violance

ମଧ୍ୟପ୍ରଦେଶ ସରକାର ଦୀପିକା ପାଦୁକୋନଙ୍କ 'ଛପାକ' ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ସେହିପରି କଂଗ୍ରେସ ଛାତ୍ର ସଂଗଠନ ଏନଏସୟୁଆଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ 'ଛପାକ' ଫିଲ୍ମ ଦେଖାଇବା ପାଇଁ ବନ୍ଦୋବସ୍ତ କରିଛି ।  ଅଧିକ ପଢନ୍ତୁ...

chhapaak-movie-first-show-free-for-students-by-nsui-in-bhopal-and-katni
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Jan 10, 2020, 10:26 AM IST

ଭୋପାଲ: ମଧ୍ୟପ୍ରଦେଶ ସରକାର ଦୀପିକା ପାଦୁକୋନଙ୍କ 'ଛପାକ' ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ସେହିପରି କଟନୀ ଜିଲ୍ଲାର କଂଗ୍ରେସ ଛାତ୍ର ସଂଗଠନ (ଏନଏସୟୁଆଇ) ଛାତ୍ରଛାତ୍ରୀଙ୍କୁ ‘ଛପାକ’ ଫିଲ୍ମ ମାଗଣାରେ ଦେଖାଇବା ପାଇଁ ବ୍ୟବସ୍ଥା କରିଛି । ପ୍ରଥମ ଦିନ ପ୍ରଥମ ଶୋ ମାଗଣାରେ ଫିଲ୍ମ ଦେଖିପାରିବେ ଛାତ୍ରଛାତ୍ରୀ ।

ଏନଏସୟୁଆଇ ପକ୍ଷରୁ 'ଛପାକ'ର ପ୍ରଥମ ଦିନ ପ୍ରଥମ ଶୋ ଫ୍ରି

ଦିଲ୍ଲୀର ଜେଏନୟୁ ବିଶ୍ବବିଦ୍ୟାଳୟରେ ଲାଗି ରହିଥିବା ଛାତ୍ରଛାତ୍ରୀମାନଙ୍କ ବିରୋଧ ପ୍ରଦର୍ଶନରେ ଦୀପିକା ପାଦୁକୋନ ସାମିଲ ହୋଇଥିଲେ । ଏହାପରେ ବିଜେପି ସମର୍ଥକ ମାନେ ଦୀପିକା ପାଦୁକୋନ ଅଭିନୀତ ଫିଲ୍ମ 'ଛପାକ'ର ବହିଷ୍କାର ପାଇଁ ଦାବି ଆରମ୍ଭ ହୋଇଥିଲା । ଏହା ବିରୋଧରେ ଏନଏସୟୁଆଇ କଟନୀ ଜିଲ୍ଲାରେ ନିଜସ୍ବ ଖର୍ଚ୍ଚରେ ଛପାକ ଫିଲ୍ମର ଫାଷ୍ଟ ଶୋ ଦେଖାଇବା ନେଇ ଘୋଷଣା କରିଥିଲେ ।

ରାଜ୍ୟ ଏନଏସୟୁଆଇର ମୁଖପାତ୍ର ବିବେକ ତ୍ରିପାଠୀ କହିଛନ୍ତି ଜେଏନୟୁରେ ଛାତ୍ର ସଂସଦର ନିର୍ବାଚିତ ପ୍ରତିନିଧି ନିଜ କର୍ତ୍ତବ୍ୟ ପାଳନ କରୁଥିଲେ ଏବଂ ବୃଦ୍ଧି କରାଯାଇଥିବା ଫି ବିରୋଧରେ ଛାତ୍ରଛାତ୍ରୀ ମାନେ ଲଢେଇ ଜାରି ରଖିଥିଲେ । ଏହି ସମୟରେ ସରକାରଙ୍କ ସମର୍ଥନରେ ଥିବା କିଛି ସଂଗଠନ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ପୋଲିସ ସମସ୍ତ ଘଟଣାବଳୀକୁ ଦର୍ଶକ ଭାବରେ ଦେଖୁଛି । ଏହାପରେ ପୋଲିସ ଆକ୍ରମଣର ଶିକାର ପୀଡିତାଙ୍କ ଉପରେ ହିଁ ମାମଲା ରୁଜୁ କରାଯାଇଛି ଯାହାକୁ ନେଇ ସାରା ଦେଶରେ ଛାତ୍ର ସଂଗଠନରେ କ୍ରୋଧ ଦେଖିବାକୁ ମିଳିଥିଲା । ଏହାପରେ ଜେଏନୟୁରେ ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି ।

ଜେଏନୟୁରେ ଚାଲୁଥିବା ଆନ୍ଦୋଳନରେ ସାମିଲ ହୋଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକନ ଛାତ୍ରଛାତ୍ରୀ ମାନଙ୍କୁ ସମର୍ଥନ କରିଥିଲେ । ଏହାପରେ ସଂଘ ଓ ବିଜେପି ର ସମର୍ଥକ ମାନେ ଦୀପିକାଙ୍କ ଆଗାମୀ ଫିଲ୍ମକୁ ବିରୋଧ କରି ଦେଶଦ୍ରୋହୀ ଭାବରେ ପ୍ରଦିପାଦନ କରାଗଲା । ଏହା ବିରୋଧରେ ଏନଏସୟୁଆଇ ନିଜସ୍ବ ଖର୍ଚ୍ଚରେ ଛପାକ ଫିଲ୍ମର ପ୍ରଥମ ଦିନ ଫାଷ୍ଟ ଶୋ ଦେଖାଇବାର ଘୋଷଣା କରିଥିଲା ବୋଲି ମୁଖପାତ୍ର ବିବେକ ତ୍ରିପାଠୀ କହିଛନ୍ତି ।

ABOUT THE AUTHOR

...view details