ଓଡିଶା

odisha

ETV Bharat / bharat

ପ୍ଲାଷ୍ଟିକ ଯୁଗରେ କମିନି ଛଗନଲାଲଙ୍କ କାଠ ପାନିଆଁ ଚାହିଦା - ପ୍ଲାଷ୍ଟିକ

ମଧ୍ୟ ପ୍ରଦେଶ ଉଜ୍ବୟିନୀରେ ରହିଛି କଙ୍ଗି ମହଲ୍ଲା । ଯାହାକି କାଠ ପାନିଆ ତିଆରି ପାଇଁ ବେଶ୍ ଜଣାସୁଣା । ଏଠାରେ ରହୁଥିବା ଛଗନଲାଲ ତିଆରି କରୁଛନ୍ତି କାଠ ପାନିଆ । ଯାହାର ରହିଛି ବେଶ୍ ଖ୍ୟାତି । ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନରେ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ।

plastic
ଛଗନଲାଲଙ୍କ ‘କଙ୍ଗି ମହଲା’

By

Published : Jan 10, 2020, 8:01 AM IST

ଭୋପାଳ: ସମାଜରେ ପ୍ଲାଷ୍ଟିକ ସ୍ଥାନ ଏପରି ରହିଛି, ଲୋକେ କାଠ କାରିଗରୀକୁ ଭୁଲି ଗଲେଣି । ଏପରିସ୍ଥଳେ କାଠ ପାନିଆ କାରିଗରୀ ହଜିବାକୁ ବସିଲାଣି । ହେଲେ ମଧ୍ୟ ପ୍ରଦେଶର ଉଜ୍ଜୟିନୀରେ ରହୁଥିବା ଛଗନଲାଲ କାଠ ପାନିଆ କାରିଗରୀ ପାଇଁ ବେଶ୍ ଜଣାସୁଣା । ଯାହାଙ୍କ କାଠ ପାନିଆର ରହିଛି ଢେର୍ ଚାହିଦା ।

ଛଗନଲାଲଙ୍କ ‘କଙ୍ଗି ମହଲା’

ମଧ୍ୟପ୍ରଦେଶ ଉଜ୍ଜୟନୀ ଜିଲ୍ଲାର ‘କଙ୍ଗି ମହ୍ଲଲା’ । ଏଠାରେ ରହୁଥିବା ଛଗନଲାଲଙ୍କ ଘର ରାଜ୍ୟ ପାଇଁ ଏକ ଜଣାସୁଣା ସ୍ଥଳୀ । ସାଧାରଣତଃ ଯେଉଁମାନେ କାଠ ପାନିଆଁ କାରିଗରଙ୍କୁ ଖୋଜିବାକୁ ଚାହୁଁଛନ୍ତି ତାଙ୍କ ପାଇଁ କଙ୍ଗି ମହଲ୍ଲା ଏକ ଐତିହାସିକ ସ୍ଥଳୀ । କାରଣ ଦିନ ଥିଲା ଏହି କାରିଗରୀର ବେଶ୍ ଉକର୍ଷ ଥିଲା ।

ଛଗନଲାଲ, ବୟସ 80। ପରିଣତ ବୟସରେ ବି ସେ ଜାରି ରଖିଛନ୍ତି କାଠ ପାନିଆ କାରିଗରୀ ।
ସାଧାରଣତଃ କାଠ ପାନିଆ କାରିଗରୀ ହଜିବାକୁ ବସିଛି, ଆଉ ଛଗନଲାଲଙ୍କ ଏହି କଳାକୁ ବଞ୍ଚାଇ ରଖିବାକୁ ଅହରହ ଚେଷ୍ଟା ଜାରି ରଖିଛନ୍ତି । ବୟସର ଅପରାହ୍ନରେ ପହଞ୍ଚିଛନ୍ତି ସିନା କମିନି ତାଙ୍କର ମନୋବଳ । କାରଣ ଏ ବୟସରେ ବି ସେ ଉତ୍ତର ଭାରତୀୟ ଗୋଲାପ କାଠ ଉପରେ କରୁଛନ୍ତି କାମ । ଯାହାକି ସ୍ଥାନୀୟ ଅଞ୍ଚଳରେ ଶିଶମ କାଠ ନାଁରେ ବେଶ୍ ଜଣାସୁଣା ।

ଛଗନ କୁହନ୍ତି, ସାଧାରଣ ପ୍ଲାଷ୍ଟିକ ପାନିଆ ଠାରୁ କାଠ ପାନିଆ ବହୁତ ବଢିଆ । ଏଥିରେ ମୁଣ୍ଡ କୁଣ୍ଡାଇବା ଦ୍ବାରା ମୁଣ୍ଡ ମାଲିସ ହେବା ସହ କେଶ ଝଡିବା କମ୍ ହୋଇଥାଏ । ପାନିଆର ଗୁଣବତ୍ତା ଜାଣିବା ପାଇଁ ସେ ନିଜ ମୁଣ୍ଡକୁ କାଠ ପାନିଆରେ କୁଣ୍ଡାଇଥାନ୍ତି । ସେ ଦାବି କରନ୍ତି, ଏହା ଦ୍ବାରା କେଶ ଝଡିବା କମ୍ ହେବା ସହ ଅଡୁଆ ମଧ୍ୟ କମ୍ ହୋଇଥାଏ । ଅନ୍ୟପଟେ ଛଗନଲାଲଙ୍କ କାଠ ପାନିଆର ରହିଛି ଢେର୍ ଡିମାଣ୍ଡ । ମାଛ ପଶୁପକ୍ଷୀ ଭଳି ବିଭିନ୍ନ ଡିଜାଇନରେ ସେ ତିଆରି କରନ୍ତି ପାନିଆ । ଯାହାର ଦାମ ରହିଛି 50ରୁ 150 ଟଙ୍କା ମଧ୍ୟରେ ।

ଛଗନଲାଲଙ୍କ ଏହି କଳା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା । ସୋନିଆ ଗାନ୍ଧୀଙ୍କ ଠୁ ଆରମ୍ଭ କରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପର୍ଯ୍ୟନ୍ତ ଏଭଳି କାରିଗରୀ ପାଇଁ ତାଙ୍କୁ କରିଛନ୍ତି ପ୍ରଶଂସା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details