ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ଚେତନ ଭଗତ ତାଙ୍କର ବିଚାର ଧାରା ପାଇଁ ସେ ପରିଚିତ । ସେ ପ୍ରାୟତଃ ସମସାମୟିକ ପ୍ରସଙ୍ଗରେ ମତାମତ ପ୍ରଦାନ କରନ୍ତି । ନିକଟରେ ଚେତନ ଭଗତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଭାରତର ଅର୍ଥନୀତି ବିଷୟରେ ଟ୍ୱିଟ୍ କରିଛନ୍ତି । ଚେତନ ଭଗତ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଆମେ ଆମର ଅର୍ଥନୀତିକୁ ନଷ୍ଟ କରିଛୁ। ଏହା ସହିତ ସେ ଟ୍ୱିଟରେ ଏହାର 6ଟି କାରଣ ଦର୍ଶାଇଛନ୍ତି ।
ଭଗତ କହିଛନ୍ତି ଯେ, ଆମେ ସବୁବେଳେ ପାକିସ୍ତାନକୁ ତଳକୁ ରଖିବା ପାଇଁ ଚିନ୍ତା କରୁଛୁ, ସରକାରଙ୍କୁ ଉତ୍ତରଦାୟୀ କରିବା ପରିବର୍ତ୍ତେ ଆମେ ସେମାନଙ୍କୁ ପୂଜା କରୁଛେ ।
ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଚେତନ ଭଗତ ତାଙ୍କ ଏହି ଟ୍ବିଟ୍ ବିଷୟରେ ଅନେକ ମନ୍ତବ୍ୟ ଦେଇଛନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି, "ଆମେ ଆମର ଅର୍ଥନୀତିକୁ ନଷ୍ଟ କରିଛୁ। କାରଣ:
1. ପାକିସ୍ତାନକୁ ଅପମାନିତ କରିବା ପାଇଁ ଆମେ ଅଧିକ ଚିନ୍ତା କରୁଛେ
2. ଆମେ ମୁସଲମାନମାନେ ଏକ ହେବା ବିଷୟରେ ଆମେ ଚିନ୍ତା କରୁଛେ