ଓଡିଶା

odisha

ETV Bharat / bharat

ଆସନ୍ତା ମଙ୍ଗଳବାରଠୁୁ ଚେନ୍ନାଇରେ ଖୋଲିବ ମଦ ଦୋକାନ - ଖୋଲିବ ମଦ ଦୋକାନ

କୋଭିଡକୁ ନଜରରେ ରଖି ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହ କଣ୍ଟେନମେଣ୍ଟ ଜୋନ ଓ ମଲ ଗୁଡିକରେ ବନ୍ଦ ରହିବ ଦୋକାନ । ଅଧିକ ପଢନ୍ତୁ...

ଆସନ୍ତା ମଙ୍ଗଳବାରରୁ ଏହି ସହରରେ ଖୋଲିବ ମଦ ଦୋକାନ
ଆସନ୍ତା ମଙ୍ଗଳବାରରୁ ଏହି ସହରରେ ଖୋଲିବ ମଦ ଦୋକାନ

By

Published : Aug 17, 2020, 7:14 AM IST

ଚେନ୍ନାଇ: ଆସନ୍ତା ମଙ୍ଗଳବାର ଠାରୁ ଚେନ୍ନାଇରେ ମଦ ଖୋଲିବାକୁ ଅନୁମତି । ଲକଡାଉନ ଲାଗୁ ହେବାର 5 ମାସ ପରେ ମଦ ଦୋକାନ ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗାଇଡଲାଇନ ମଧ୍ୟ ଜାରି ହୋଇଛି ।

ସମସ୍ତ ମଦ ଦୋକାନ ସକାଳ 10 ଟାରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଲା ରହିବ । ଟୋକେନ ଅନୁସାରେ ପ୍ରତ୍ୟେକ ଦିନ କେବଳ 500 ଲୋକ ଏହି ସେବା ପାଇବେ । ଏଥିସହ ମାସ୍କ ଓ ସାମାଜିକ ଦୂରତା ମଧ୍ୟ ମାନିବାକୁ ବାଧ୍ୟତାମୂଳକ କରାଯାଇଛି । ମଲ ଓ କଣ୍ଟନମେଣ୍ଟ ଜୋନରେ ମଦ ଦୋକାନ ବନ୍ଦ ରହିବ ।

ଏହା ପୂର୍ବରୁ ମେ ମାସରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ହେଲେ ଦୋକାନ ଖୋଲିବାର ଗୋଟିଏ ପରେ ମାଡ୍ରାସ ହାଇକୋର୍ଟ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କାରଣ ବହୁ ସଂଖ୍ୟାରେ ଲୋକମାନେ ଦୋକାନ ବାହାରେ ଏକାଠି ହେବା ଆରମ୍ଭ କରିଥିଲେ, ଯାହା ଦ୍ବାରା ରସିଦ ତଥା ବିତରଣ ସମେତ କୋର୍ଟ ଦେଇଥିବା ସାମାଜିକ ଦୂରତା ନିୟମ ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରାଯାଇଥିଲା। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଏଥିରେ ସହମତ ହୋଇଥିଲେ।

ମାର୍ଚ୍ଚ ମାସରୁ ସାରା ରାଜ୍ୟରେ ମଦ ବିକ୍ରିରୁ 90 କୋଟିର ରାଜସ୍ବ ହରାଇଥିଲେ । ରାଜ୍ୟ 30,000 କୋଟିରୁ ଅଧିକ ରେକର୍ଡ କରିଛି। ଚେନ୍ନାଇରେ 11,498 ସକ୍ରିୟ ମାମଲା ଏବଂ ମୋଟ 1,16,650 ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ 54,019 ସକ୍ରିୟ ମାମଲା 3.38 ଲକ୍ଷ ଅତିକ୍ରମ କରିଛି।

ABOUT THE AUTHOR

...view details