ହାଇଦ୍ରାବାଦ: ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ 3.3 କେଜିର ସୁନା ଜବତ, ଯାହାର ମୂଲ୍ୟ 1.33 କୋଟି ହେବ । ପାସେଞ୍ଜର ସିଟ ତଳେ ସୁନା ରଖି ଚୋରାଚାଲାଣ କରାଯାଉଥିଲା । ଏହା ଦେଖିବା ପରେ କଷ୍ଟମ ବିଭାଗ ଅଧିକାରୀଙ୍କୁ ଡକାଯାଇଥିଲା ।
ଚେନ୍ନାଇ ବିମାନବନ୍ଦରରୁ 1.33 କୋଟିର ସୁନା ଜବତ - କଷ୍ଟମ ବିଭାଗ ଅଧିକାରୀ
ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ 3.3 କେଜିର ସୁନା ଜବତ । ଯାହାର ମୂଲ୍ୟ ହେବ ପ୍ରାୟ 1.33 କୋଟି ।
![ଚେନ୍ନାଇ ବିମାନବନ୍ଦରରୁ 1.33 କୋଟିର ସୁନା ଜବତ](https://etvbharatimages.akamaized.net/etvbharat/prod-images/768-512-5070044-thumbnail-3x2-che.jpg)
ଫଟୋ ସୌଜନ୍ୟ : ଇଟିଭି ଭାରତ ବ୍ୟୁର
ଚେନ୍ନାଇ ବିମାନବନ୍ଦରରୁ ସୁନା ଜବତ
କଷ୍ଟମ ବିଭାଗର କମିସନର କହିଛନ୍ତି ଚେନ୍ନାଇରୁ ମସ୍କୋଟ ଯାଉଥିବା ବିମାନରେ 3.3 କେଜିର ସୁନା ଜବତ ହୋଇଛି । ମସ୍କୋଟରୁ ଫେରିବାପରେ ସମସ୍ତ ପାସେଞ୍ଜର ଓହ୍ଲାଇବା ପରେ ଫ୍ଲାଇଟରେ ସଫେଇ କର୍ମଚାରୀ ମାନେ ଆସି ସଫା କରିବାବେଳେ ସିଟତଳେ ଏହି ସୁନା ଦେଖିବାକୁ ପାଇଥିଲେ । ଏହାପରେ କଷ୍ଟମ ବିଭାଗର ଅଧିକାରୀଙ୍କୁ ଡକାଯାଇଥିଲା । ତେବେ କିଏ ଚୋରା ଚାଲାଣ କରୁଥିଲେ ? କାହିଁକି ସିଟ ତଳେ ସୁନା ରଖିଥିଲେ ସେନେଇ କଷ୍ଟମ ବିଭାଗ ଅଧିକାରୀ ତଦନ୍ତ କରୁଛନ୍ତି ।