ନୂଆଦିଲ୍ଲୀ:ଚେନ୍ନାଇ ଆନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁଇ ବେଆଇନ କେଶର ଚାଲାଣକାରୀ ଗିରଫ । ଚେନ୍ନାଇ କଷ୍ଟମ ଏୟାର ଇଣ୍ଟେଲିଜେନ୍ସ ୟୁନିଟ ସେମାନଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ 4 କେଜି କେଶର ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ 9 ଲକ୍ଷ 80 ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଭିଯୁକ୍ତମାନେ ଦୁବାଇରୁ ଆସିଥିବା ଜଣାପଡିଛି ।
ବେଆଇନ କେଶର ଚାଲାଣ, ଦୁଇ ଗିରଫ - ଚେନ୍ନାଇ ବେଆଇନ କେଶର ଚାଲାଣ
ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁଇ ବେଆଇନ କେଶର ଚାଲାଣକାରୀ ଗିରଫ । 9 ଲକ୍ଷ 80 ହଜାର ମୂଲ୍ୟର କେଶର ଜବତ । ଅଧିକ ପଢନ୍ତୁ...
ବେଆଇନ କେଶର ଚାଲାଣରେ ଦୁଇ ଦୁବାଇ ଯାତ୍ରୀ ଗିରଫ
ଦିଲ୍ଲୀ କଷ୍ଟମ ମୁଖପାତ୍ରଙ୍କ ସୂଚନା ମୁତାବକ, ସମ୍ପୃକ୍ତ ଦୁଇ ଦୁବାଇ ଯାତ୍ରୀ ଟର୍ମିନାଲ ଅଞ୍ଚଳରୁ ଯାଉଥିବା ସମୟରେ କଷ୍ଟମ ଅଧିକାରୀମାନଙ୍କ ସେମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏଣୁ ଅଧିକାରୀମାନେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ସନ୍ଦେହ ଗଭୀର ହେବାରୁ ସେମାନେ ସେହି ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ ଏବଂ ସେମାନଙ୍କ ନିକଟରୁ 4 କେଜି କେଶର ଜବତ ହୋଇଥିଲା । ଅଭିଯୁକ୍ତମାନେ ନିଜ ହ୍ୟାଣ୍ଡ ବ୍ୟାଗରେ କେଶରକୁ ଲୁଚାଇ ରଖିଥିଲେ । କଷ୍ଟମ ଅଧିକାରୀମାନେ ଅଭିଯୁକ୍ତଙ୍କୁ ଗିରଫ ପଚରାଉଚରା କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ