ଚେନ୍ନାଇ: ସମଗ୍ର ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କୋରୋନା ଭାଇରସ । କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ କରାଯାଇଛି । ଏହା ମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇର ଜଣେ ଆର୍ଟ ଶିକ୍ଷକ ମାଠିଆରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନ ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଜୁଏଲ ଫଟିସିୟାନ ନାମକ ଏହି ଶିକ୍ଷକ ମାଟି ପାତ୍ର ଏବଂ ବଲରେ କୋରୋନା ସମ୍ବନ୍ଧୀୟ ଚିତ୍ର ଆଙ୍କି ‘ଘରେ ରୁହନ୍ତୁ’ ଏବଂ ‘ସୁସ୍ଥ ରୁହନ୍ତୁ’ ସ୍ଲୋଗାନ ଦେଇଛନ୍ତି ।
ମାଟି ପାତ୍ରରେ ଚିତ୍ର ଆଙ୍କି କୋରୋନା ସଚେତନତା ବାର୍ତ୍ତା - ଆର୍ଟ ଶିକ୍ଷକ
କୋରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶରେ ମେ 17 ଯାଏଁ ଲକଡାଉନ ଲାଗୁ କରାଯାଇଛି । ଏହା ମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇର ଜଣେ ଆର୍ଟ ଶିକ୍ଷକ ମାଠିଆରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନ ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି ।
ମାଟି ପାତ୍ରରେ ଚିତ୍ର ଆଙ୍କି କୋରୋନା ସଚେତନତା ବାର୍ତ୍ତା
ମୁଁ ଜଣେ କଳା ଶିକ୍ଷକ ଏବଂ ଲକଡାଉନ ପରଠାରୁ ମୁଁ ଘରେ ହିଁ ରହୁଛି । ଏଣୁ କୋରୋନା ସଚେଚନତାକୁ ଦୃଷ୍ଚିରେ ରଖି ମୁଁ ମାଟି ପାତ୍ର ଏବଂ ବଲକୁ ଯୋଗାଡ କରି ସେଥିରେ କୋରୋନା ଭାଇରସ ସମ୍ବନ୍ଧୀୟ ଚିତ୍ର ଆଙ୍କି ଲୋକଙ୍କୁ ସଚେତନ କରାଇଥିଲି ବୋଲି ଜୁଏଲ କହିଛନ୍ତି । ତେବେ ସେ ବିଭିନ୍ନ କୋରୋନା ଭାଇରସ ଚିତ୍ର ଆଙ୍କିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଣ୍ଡମେଡ୍ ମାସ୍କ ପିନ୍ଧିଥିବା ଚିତ୍ର ମଧ୍ୟ ମାଟି ପାତ୍ରରେ ଆଙ୍କି ଲୋକଙ୍କୁ ସତର୍କ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି।