ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର 44ନଂ ଜାତୀୟ ରାଜପଥରେ ଥିବା ଚେନାନୀ-ନାସରୀ ସୁଡଙ୍ଗକୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି ।
ଶ୍ୟାମା ପ୍ରସାଦଙ୍କ ନାମରେ ନାମିତ ହେବ ଚେନାନୀ-ନାସରୀ ସୁଡଙ୍ଗ - କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ
ଚେନାନୀ-ନାସରୀ ଟନେଲକୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ସୂଚନା ଦେଇଛନ୍ତି ।
ଫାଇଲ ଫଟୋ
ଏହା ଶ୍ୟାମା ପ୍ରସାଦଙ୍କ ପ୍ରତି ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ହେବ ବୋଲି ନିତିନ କହିଛନ୍ତି । ସେ କାଶ୍ମୀର ପାଇଁ ତଥା ଜାତୀୟ ସଂହତି ପାଇଁ ଲଢେଇ କରିଛନ୍ତି । ‘ଏକ ରାଷ୍ଟ୍ର ଏକ ପତାକା’ ପାଇଁ ତାଙ୍କ ବିଶେଷ ଯୋଗଦାନ ରହିଥିବା ନିତିନ ପ୍ରକାଶ କରିଛନ୍ତି ।