ଓଡିଶା

odisha

ETV Bharat / bharat

10 ଲକ୍ଷ ଉଠା ଦୋକୋନୀଙ୍କୁ ରାସନ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସେଫ ବିକାଶ - Chef Vikas Khanna To Help India's Street Vendors Impacted By COVID-19

କୋରୋନା ମହମାରୀ ମଧ୍ୟରେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ଢେର ପ୍ରଶଂସା ସାଉଣ୍ଟୁଛନ୍ତି ସେଫ ବିକାଶ ଖନ୍ନା । ଏବେ ପୁଣି 10 ମିଲିଅନ ଉଠା ଦୋକାନୀ ଏବଂ ସେମାନଙ୍କ ପରିବାରକୁ ଅତ୍ୟାବଶ୍ୟକ ରାସନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ।

10 ଲକ୍ଷ ଉଠା ଦୋକୋନୀଙ୍କୁ ରାସନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ସେଫ ବିକାଶ
10 ଲକ୍ଷ ଉଠା ଦୋକୋନୀଙ୍କୁ ରାସନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ସେଫ ବିକାଶ

By

Published : Aug 3, 2020, 4:50 PM IST

ନ୍ୟୁୟର୍କ: ଦିନକୁ ଦିନ ଘାତକ ରୂପ ଧାରଣ କରୁଛି କୋରୋନା । କ୍ରମାଗତ ଭାବରେ ବଢି ଚାଲିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଏହାରି ଭିତରେ କିଏ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ତ କିଏ ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇ ପ୍ରଶଂସା ସାଉଣ୍ଟୁଥିବା ଦେଖିବାକୁ ମିଳୁଛି । ସେଥିମଧ୍ୟରୁ ସେଫ ବିକାଶ ଖନ୍ନା ମଧ୍ୟ ଜଣେ । ଯିଏ ହଜାର ହଜାର ଲୋକଙ୍କୁ ଖାଇବାକୁ ଦେଇ ସୃଷ୍ଟି କରିଛନ୍ତି ମାଇଲଖୁଣ୍ଟ । ଏବେ ପୁଣି 10 ମିଲିଅନ ଉଠା ଦୋକାନୀ ଏବଂ ସେମାନଙ୍କ ପରିବାରକୁ ଅତ୍ୟାବଶ୍ୟକ ରାସନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ମାର୍ଚ୍ଚରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାରୁ କୋରୋନା ଭାଇରସ୍ ମହାମାରୀ ଭାରତକୁ ଧରିବା ପରଠାରୁ 48 ବର୍ଷିୟ ବିଶ୍ୱ ପ୍ରସିଦ୍ଧ ରୋଷେୟା ତଥା ଲେଖକ ମ୍ୟାନହଟନରେ ଥିବା ତାଙ୍କ ଘରୁ ଏକ ବୃହତ ଖାଦ୍ୟ ବଣ୍ଟନ ଡ୍ରାଇଭ ସଂଯୋଜନା କରିଛନ୍ତି ।

ସେ କହିଛନ୍ତି ଯେ, ଆମେ ରାସନ ସୁରକ୍ଷିତ କରୁଛୁ । ଏବଂ ଉଠା ଦୋକାନୀଙ୍କ ପାଇଁ ପ୍ରାୟ 10 ନିୟୁତ ଭୋଜନ ପାଇଁ ଯୋଜନା କରୁଛୁ । ତେବେ ସେ ଏବେ ପ୍ରାୟ 25 ନିୟୁତ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ଏକ ମାଇଲଷ୍ଟୋନ ସୃଷ୍ଟି କରିବାକୁ ଯାଉଛନ୍ତି ।

ସେ ଅସଂଖ୍ୟ ଅନାଥ ଆଶ୍ରମ, ବୃଦ୍ଧା ବୃଦ୍ଧ ଘର, କୁଷ୍ଠରୋଗ କେନ୍ଦ୍ର, ବିଧବା ଆଶ୍ରମ, ମୁମ୍ବାଇର ପ୍ରସିଦ୍ଧ ଡବା ୱାଲା, ବାରାଣାସୀରେ ଡଙ୍ଗା ଚାଳକ ଏବଂ କାରିଗର ତଥା ପ୍ରବାସୀ ଶ୍ରମିକ ତଥା ଶହ ଶହ ହଜାର ଲୋକଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇ ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ସହାୟତାରେ 125 ଟି ସହରରେ ବସବାସ କରୁଥିବା ଲୋକଙ୍କୁ ସହଯୋଗ କରିଛନ୍ତି ।

ପ୍ରାୟ 50 ଟି ଅଗ୍ରଣୀ ବ୍ରାଣ୍ଡ ତଥା ସରକାରୀ ତଥା ବେସରକାରୀ ସଂଗଠନ ଏବଂ ବ୍ୟକ୍ତିବିଶେଷ ଖାନ୍ନାଙ୍କୁ ତାଙ୍କ 'ଫିଡ୍ ଇଣ୍ଡିଆ' ପଦକ୍ଷେପରେ ସହଯୋଗ କରିଛନ୍ତି ଏବଂ ସମର୍ଥନ ମଧ୍ୟ କରିଛନ୍ତି ।

ମହାମାରୀ ମଧ୍ୟରେ ଶ୍ରୀ ଖାନ୍ନା ଖୁବ ଶୀଘ୍ର ଭାରତରେ 25 ନିୟୁତ ଭୋଜନ ବଣ୍ଟନ କରିବାର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଛୁଇଁବେ ଏବଂ କହିଛନ୍ତି ଯେ ସେ ଏହି ମାଇଲଖୁଣ୍ଟକୁ ଭାରତର କିମ୍ବଦନ୍ତୀ କଳାକାର ଲତା ମଙ୍ଗେଶକରଙ୍କୁ ଉତ୍ସର୍ଗ କରିବେ । ସେ ଏହା ମନେ ପକାଇଛନ୍ତି ଯେ ଯେବେ ତାଙ୍କ ମାଆ ଅମୃତସରରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ପରେ ରେଡିଓରେ ଲତା ମଙ୍ଗେଶକରଙ୍କ ଗୀତ ଶୁଣିଥିଲେ । ସେଥିପାଇଁ ତାଙ୍କ ସହ ଏକ ନିବିଡ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି ।

ସେଫ ବିକାଶ ଏକାସାଙ୍ଗରେ ବିହାର ଏବଂ ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଶେଷ କରି ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ଦୁଇ ଲକ୍ଷ ଖାଦ୍ୟ, ପୋଷାକ, ମହମବତୀ ଏବଂ ମ୍ୟାଚ୍ ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି।

For All Latest Updates

TAGGED:

ABOUT THE AUTHOR

...view details