ଓଡିଶା

odisha

ETV Bharat / bharat

ଶସ୍ତା ହେଲମେଟ୍ ପିନ୍ଧୁଥିଲେ ସାବଧାନ, ଗଣିବାକୁ ପଡିପାରେ ଜୋରିମାନା

ଶସ୍ତା ହେଲମେଟ୍ ବ୍ୟବହାର କରୁଛନ୍ତି କି ?  ତେବେ  ସାବଧାନ ହୋଇଯାଆନ୍ତୁ । କାରଣ ଏହାଦ୍ବାରା ଆପଣଙ୍କୁ ଭାରି ମାତ୍ରାରେ ଜୋରିମାନା ଗଣିବାକୁ ପଡିପାରେ  ।

ଫାଇଲ ଫଟୋ

By

Published : Sep 10, 2019, 6:19 AM IST

ନୂଆଦିଲ୍ଲୀ: ଶସ୍ତା ହେଲମେଟ୍ ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାଦ୍ବାରା ଆପଣଙ୍କୁ ଭାରି ମାତ୍ରାରେ ଜୋରିମାନା ଗଣିବାକୁ ପଡିପାରେ । ସେପ୍ଟେମ୍ବର 1ରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ ଦ୍ବାରା ଲୋକମାନେ କିଛି ମାତ୍ରାରେ ସଚେତନ ହେଉଥିବାର ଦେଖିବାକୁ ମିଳୁଛି । ସେହିପରି ଦିଲ୍ଲୀରେ ରାସ୍ତା କଡରେ ବହୁ ମାତ୍ରାରେ ହେଲମେଟ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି ।

କିଛି ଲୋକ ଏହି ନିୟମ ଭୟରେ ଟୋପିନାମା ଭଳି ଶସ୍ତା ହେଲମେଟ କିଣି ପିନ୍ଧୁଥିବାର ମଧ୍ୟ ଦେଖାଯାଉଛି । କିନ୍ତୁ ଦିଲ୍ଲୀ ଟ୍ରାଫିକ ପୋଲିସ ଏଥିପାଇଁ ମଧ୍ୟ ଜୋରିମାନା ନେଉଥିବା ଦେଖିବାକୁ ମିଳୁଛି । କାରଣ ଟ୍ରାଫିକ ପୋଲିସ ଅନୁଯାୟୀ ଟୋପିନାମା ହେଲମେଟ ଗାଡି ଚାଳକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇନଥାଏ ।

ତେଣୁ ଯଦି କୌଣସି ବ୍ୟକ୍ତିଙ୍କ ହେଲମେଟରେ ନକଲି ହଲମାର୍କ ଚିହ୍ନ ରହିଛି ତେବେ ପୋଲିସ ସେମାନଙ୍କଠାରୁ ହଜାର ଟଙ୍କାର ଜୋରିମାନା ନେବା ସହ ମଜଭୁତ ହେଲମେଟ୍ ପିନ୍ଧିବା ପାଇଁ ଉପଦେଶ ମଧ୍ୟ ଦେଉଛନ୍ତି ।

ABOUT THE AUTHOR

...view details