ଓଡିଶା

odisha

'ଜୟ ଶ୍ରୀରାମ' ନାରା ଦେଇ ଚ୍ୟାଲେଞ୍ଜ ଦେଲେ ଶାହ

ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଜୋୟାନଗର ନିର୍ବାଚନ ପ୍ରଚାର ରାଲିରେ ଶାହ ଜୟ ଶ୍ରୀରାମ ନାରା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

By

Published : May 13, 2019, 4:55 PM IST

Published : May 13, 2019, 4:55 PM IST

ଫଟୋ ସୌଜନ୍ୟ- ଏଏନଆଇ

କୋଲକାତା: ବିଜେପି-ଟିଏମସି କଳି ସପ୍ତଦଶ ଲୋକସଭା ନିର୍ବାଚନରେ ଚର୍ଚ୍ଚିତ ପ୍ରସଙ୍ଗ । ମତ. ମନ୍ତବ୍ୟ, କଟାକ୍ଷ ସହ ମୁହାଁମୁହିଁ ହୋଇ କାଦୁଅ ଫିଙ୍ଗା ରାଜନୀତିରେ ସକ୍ରିୟ ଦୁଇ ଦଳ । ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଜୋୟାନଗର ନିର୍ବାଚନ ପ୍ରଚାର ରାଲିରେ ଶାହ ଜୟ ଶ୍ରୀରାମ ନାରା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କରିଛନ୍ତି ଟାର୍ଗେଟ । ସାହସ ଅଛି ତ ଗିରଫ କରି ଦେଖାଇ ବୋଲି ଦିଦିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଶାହ ।

ଭିଡିଓ ସୌଜନ୍ୟ- ଏଏନଆଇ

ଅମିତ୍‌ ଶାହ ଏହି ଗସ୍ତରେ ତିନୋଟି ସ୍ଥାନରେ ପ୍ରଚାର କରିଛନ୍ତି । ତିନୋଟି ସ୍ଥାନ ମଧ୍ୟରୁ ଗୋଟିଏ ସ୍ଥାନରେ ମମତାଙ୍କ ପୁତୁରା ନିର୍ବାଚନ ଲଢୁଛନ୍ତି । ଶାହ କହିଛନ୍ତି ଦିଦିଙ୍କୁ ତାଙ୍କ ପୁତୁରା ହାରିବା ଭୟ ଘାରୁଛି । ଖାସ୍‌ ସେଥିପାଇଁ ତାଙ୍କୁ ପଶ୍ଚିମବଙ୍ଗର ଗୋଟିଏ ସ୍ଥାନରେ ପ୍ରଚାର ପାଇଁ ଅନୁମତି ଦିଆ ଯାଇନାହିଁ । ସୂଚନାଯୋଗ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ଯାଦବପୁର ଠାରେ 12.30ଟାରେ ରୋଡ୍‌ ସୋ' କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ କରିଥିଲେ । ମାତ୍ର ଦିଦି ଏହା ଉପରେ ରୋକ ଲଗାଇ ଥିଲେ ।

ସେହିଭଳି ରାଜ୍ୟ ରାଜନୀତିରେ ଶ୍ରୀରାମ ନାରାକୁ ନେଇ ମଧ୍ୟ ବିବାଦ ଘନୀଭୂତ ହୋଇଥିଲା । କିଛି ଦିନ ତଳେ ମମତା ବାନାର୍ଜୀଙ୍କ ଶୋଭାଯାତ୍ରା ଯାଉଥିବାବେଳେ 'ଜୟ ଶ୍ରୀରାମ' ନାରା ଦେବା କାରଣରୁ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

For All Latest Updates

ABOUT THE AUTHOR

...view details