ଓଡିଶା

odisha

ETV Bharat / bharat

ପରିବର୍ତ୍ତନ ଏବଂ ବିକାଶ ଆମ ସରକାରର ମୂଳମନ୍ତ୍ର: ନରେନ୍ଦ୍ର ମୋଦି - election manifesto

2019 ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ବିକାଶ ପାଇଁ ଆମ ସରକାର ଦ୍ୱାର କରାଯାଇଥିବା କାମକୁ ଜନସାଧାରଣ ଦେଖିଛନ୍ତି ଏବଂ ହୃଦୟଙ୍ଗମ ମଧ୍ୟ କରିଛନ୍ତି । ଏହା ଦ୍ୱାରା ପୂର୍ବ ଅପେକ୍ଷା କି ପ୍ରକାରର ପରିବର୍ତ୍ତନ ଆସିଛି ତାହା ମଧ୍ୟ ସେମାନେ ଉପଲବ୍ଧି କରିଛନ୍ତି ।

ଫାଇଲ ଫଟୋ

By

Published : Apr 9, 2019, 11:15 AM IST

Updated : Apr 9, 2019, 2:09 PM IST

ନୂଆଦିଲ୍ଲୀ: ସମଗ୍ର ଦେଶର ଏବେ ନିର୍ବାଚନ ମାହୋଲ ଥିବା ବେଳେ ବିଭିନ୍ନ ଦଳ ସେମାନଙ୍କର ଦଳୀୟ ଆଭିମୁଖ୍ୟ, ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରୁଛନ୍ତି । ଏପରିକି ଅନେକ ଦଳର ନେତା ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ଦଳୀୟ ଆଭିମୁଖ୍ୟ କଣ ରହିଛି ସେ ନେଇ ମଧ୍ୟ ମତାମତ ରଖୁଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2019 ନିର୍ବାଚନ ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ କଣ ରହିଛି ତାହା ସେ ସ୍ପଷ୍ଟ କରିଛନ୍ତି ।

ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ବିକାଶ ପାଇଁ ଆମ ସରକାର ଦ୍ୱାର କରାଯାଇଥିବା କାମକୁ ଜନସାଧାରଣ ଦେଖିଛନ୍ତି ଏବଂ ହୃଦୟଙ୍ଗମ ମଧ୍ୟ କରିଛନ୍ତି । ଏହା ଦ୍ୱାରା ପୂର୍ବ ଅପେକ୍ଷା କି ପ୍ରକାରର ପରିବର୍ତ୍ତନ ଆସିଛି ତାହା ମଧ୍ୟ ସେମାନେ ଉପଲବ୍ଧି କରିଛନ୍ତି ।

ଆମ ପୂର୍ବରୁ କ୍ଷମତାରେ ଥିବା ସରକାର କୌଣସି କ୍ଷେତ୍ରରେ ମଧ୍ୟ ଆଖିଦୃଶିଆ ପରିବର୍ତ୍ତନ ଆଣିବାରେ ସଫଳ ହୋଇନଥିଲେ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଆମ ସରକାର ଏ ଦିଗରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ଦିନ ଧରି ଏହା ନିରବିଚ୍ଛିନ୍ନ ଭାବେ ଜାରି ରହିବା ପରେ ଏହାର ସଫଳତା ମିଳିଛି । ଆଗକୁ ମଧ୍ୟ ଏହା ଜାରି ରହିବ । ଏଥିରେ ଦେଶବାଶୀଙ୍କର ମଧ୍ୟ ଭାଗିଦାର ଅଛନ୍ତି ।


1- ବିଗତ 5 ବର୍ଷରେ କେଉଁ ପ୍ରସଙ୍ଗ ଆପଣଙ୍କୁ ସନ୍ତୁଷ୍ଟି ଦେଇଛି?
ଉତ୍ତର: ଯଦି ସରକାର କଥା ବିଚାରକୁ ନିଆଯାଏ ତାହେଲେ ଆମକୁ 2014 ପୂର୍ବର ସରକାରକୁ ମଧ୍ୟ ଦେଖିବାକୁ ପଡିବ। ସେତେବେଳେ ନିରାଶା ବ୍ୟତୀତ ଅନ୍ୟ କିଛି ଶୁଣିବାକୁ ମିଳୁନଥିଲା । କ'ଣ ହେବ, କେମିତି ହେବ ତାକୁ ନେଇ ଅନେକ ଆଲୋଚନା ହେଉଥିଲା । ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ସେତେବେଳର ସରକାରଙ୍କ ଦ୍ୱାରା ପ୍ରଣୀତ ଅନେକ ଆଇନ କାର୍ଯ୍ୟକାରୀ ନ ହୋଇ ପଡିରହିଥିଲା । ମାତ୍ର ଆମ ସରକାର କ୍ଷମତାକୁ ଆସିବା ପରେ ଦେଶର କୋଣ ଅନୁକୋଣରେ ଆଜିର ଦିନରେ ଆଶା, ଆସ୍ଥା ଏବଂ ବିଶ୍ୱାସ ସଞ୍ଚାରିତ ହୋଇଛି । ଏହା ହେଉଛି ପରିବର୍ତ୍ତନ । ଯାହା ସମସ୍ତଙ୍କୁ ସନ୍ତୁଷ୍ଟି ଦେଇଛି।

2- କେଉଁ କାରଣରୁ ଆପଣଙ୍କୁ ଲାଗୁଛି ଯେ 2019 ନିର୍ବାଚନରେ ବିଜେପି ଏଥର ଏଥର ନିଜ ଦମରେ 272 ପ୍ଲସ ଏବଂ ଏନଡିଏକୁ 335ରୁ ଅଧିକ ପାଇବ? ଗତ 2014 ନିର୍ବାଚନ ଅପେକ୍ଷା ଏଥରର ସ୍ଥିତି ଭିନ୍ନ ରହିଛି । ଅନେକ ଦଳ ପରସ୍ପର ମଧ୍ୟରେ ପ୍ରାକ ନିର୍ବାଚନୀ ମେଣ୍ଟ କରି ସାରିଛନ୍ତି। ମହାଗଠବନ୍ଧନକୁ ନେଇ କଣ ରହିବ ଆପଣଙ୍କ ପ୍ରତିକ୍ରିୟା?

ଉତ୍ତର: ଗତ 2014 ନିର୍ବାଚନ ଥିଲା ଦେଶ ପାଇଁ ସମ୍ପୂର୍ଣ୍ଣ ନୂଆ । ଏବେ ପୁରା ଭାରତବର୍ଷ ମୋର 5 ବର୍ଷର କାମକୁ ଦେଖିଛି । କେଉଁ କ୍ଷେତ୍ରକୁ ମୁଁ ଅଗ୍ରାଧିକାର ଦେଇଛି ତାହା ସମସ୍ତଙ୍କୁ ଜଣା । ମୋର ଜୀବନ ଏବଂ କାମକୁ ସମସ୍ତେ ଦେଖି ସାରିଛନ୍ତି । ଦ୍ୱିତୀୟତଃ ଦୀର୍ଘ 30ବର୍ଷ ଧରି ଦେଶ ଅନେକ ସମୟରେ ରାଜନୈତିକ ଅସ୍ଥିରତାକୁ ଦେଖିସାରିଛି । ଏହାର ଶିକାର ମଧ୍ୟ ହୋଇଛି ।

ରାଜନୈତିକ ସ୍ଥିରତା କଣ ଏହାର କଣ ପ୍ରଭାବ ରହିଛି ଏହା ବର୍ତ୍ତମାନ ଧ୍ୟାନ ପରିସରଭୂକ୍ତ ହୋଇସାରିଛି । ଭାରତ ଭଳି ଦେଶରେ ଏକ ସ୍ଥିର, ମଜବୁତ ଏବଂ ସ୍ଥାୟୀ ସରକାରର ଆବଶ୍ୟକତା ରହିଛି । ଯାହା ଦେଶବାସୀ ଅନୁଭବ କରି ସାରିଛନ୍ତି । ଯେଉଁ ସଫଳତା ଆମକୁ ମିଳିଛି ଏହା ସ୍ଥିରତା ଯୋଗୁଁ ସମ୍ଭବପର ହୋଇଛି । ଏଥିପାଇଁ ଆମେ ଏପରି ଏକ ମଡେଲ ଦେଇଛୁ । ଏହାକୁ ଆଧାର କରି ଆମେ ଭୋଟରଙ୍କ ସମର୍ଥନ ହାସଲ କରିବା ନେଇ ଆଶାବାଦୀ ଅଛୁ ।

ପୂର୍ବ ସରକାର ପ୍ରତି ଲୋକଙ୍କ ମନୋଭାବ ଯାହା ରହିଥିଲା, ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ମୋର ଯେଉଁ କାର୍ଯ୍ୟକାଳ ଥିଲା ତାହାକୁ ସେମାନେ ତୁଳନା କରି ସାରିଛନ୍ତି । ସେତେବେଳେ ଗୋଟେ ଭାରତ ଏବଂ ଅନ୍ୟ ଗୋଟେ ଗୁଜୁରାଟ ଥିଲା । ଏବେ ଲୋକଙ୍କୁ ଏହା ଅନୁଭବ ହେଲାଣୀ ଯେ ପୂର୍ବତ୍ତୋର ଭାରତରେ ଯେଉଁ କାମ ଚାଲିଛି ସେହି କାର୍ଯ୍ୟ ମଧ୍ୟ ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଚାଲିଛି । ଯାହା ଦେଶକୁ ଆଗକୁ ବଢାଇ ନେବାରେ ସକ୍ଷମ ହେବ । ଏଥିରୁ ମୋର ଅନୁମାନ ଯେ ଗତ ଥର ଅପେକ୍ଷା ବିଜେପି ଏବଂ ଆମର ମେଣ୍ଟ ସହଯୋଗୀ ଅଧିକ ଆସନ ପାଇବେ ।

3- ଉତ୍ତର ପ୍ରଦେଶରେ ଏସପି-ବିଏସପି ମଧ୍ୟରେ ମେଣ୍ଟ ହୋଇସାରିଛି । ଏଥିରୁ ସେମାନଙ୍କୁ କିଛି ଫାଇଦା ମିଳିବି କି? ସେମାନଙ୍କର ରାଜନୀତି ଗଣିତ କ'ଣ ରହିଛି?
ଉତ୍ତର: ରାଜନୀତିରେ କୌଣସି ଗଣିତ ନଥାଏ । ମାତ୍ର ନିର୍ବାଚନ ଫଳାଫଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । ଉତ୍ତର ପ୍ରଦେଶରେ ଆମେ ବିଧାନସଭା ନିର୍ବାଚନ ଲଢିଥିଲୁ । ସେତେବେଳେ କଂଗ୍ରେସ-ଏସପି ମେଣ୍ଟ ହୋଇ ନିର୍ବାଚନ ଲଢିଥିଲେ । ମାତ୍ର ଏହାର ଫଳାଫଳ ଆସିଥିଲ ଅଲଗା । ବର୍ତ୍ତମାନ ଦେଶରେ ଯୁବ ମତଦାତାଙ୍କ ସଂଖ୍ୟା ଅଧିକ । ସେମାନେ ନିଜ ପାଇଁ ବଞ୍ଚିବାକୁ ଚାହାନ୍ତି । ନିଜର ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି।

4-ପ୍ରଶ୍ନ- ବିଜେପି ସରକାର ବିରୋଧରେ ବିରୋଧି ବେରୋଜଗାର ଏବଂ କୃଷି ସମସ୍ୟାକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଗ୍ରହଣ କରି ନିର୍ବାଚନରେ ଲଢୁଛନ୍ତି । ଏହାର କିଛି ପ୍ରଭାବ ପଡିବ କି?

ଉତ୍ତର: ଆମ ଦେଶରେ କିଏ କିଛି ବି ମିଛକୁ ସତ ଭାବେ ପ୍ରଚାର କରିଦେଲେ, ଏହାକୁ ଯେ ଲୋକେ ସ୍ୱୀକାର କରିବେ ସେ ସମୟ ଆଉ ନାହିଁ । ପ୍ରଥମେ କିଛି ନେତା ଏପରି କରୁଥିଲେ । ଯାହା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟୁଥିଲା । ବର୍ତ୍ତମାନ କୌଣସି ବିଷୟରେ ସୂଚନା ପାଇବାର ମାଧ୍ୟମ ବ୍ୟାପକ ହୋଇସାରିଛି । ଖୁବ କମ ସମୟରେ ସତ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରୁଛି । ଭୁଲ କିମ୍ବା ଠିକ ବିଚାର କରିବାର କ୍ଷମତା ଲୋକଙ୍କର ରହିଛି ।
ଯଦି କେହି ଭାବୁଛି ପୂର୍ବରୁ ନିର୍ମିତି ହୋଇଥିବା ରାସ୍ତା ବିନା ରୋଜଗାର ମାଧ୍ୟମରେ ହୋଇପାରୁନଥିଲା । ଏହାକୁ ଛାଡି ଯଦି ରେଳଲାଇନ ନିର୍ମିତ ହେଉଥିଲା ଲୋକଙ୍କୁ ଏଥିରେ ରୋଜଗାର ମିଳୁଥିଲା । ବର୍ତ୍ତମାନ ଏ ଧାରାରେ ପରିବର୍ତ୍ତନ ଆସିଛି। ବିଦେଶୀ ପୁଞ୍ଜିନିବେଶ ବଢିଛି । ଆମ ସରକାର ସମୟରେ ଆରମ୍ଭ ହୋଇଥିବା ମୁଦ୍ରା ଯୋଜନା ମାଧ୍ୟମରେ 17 କୋଟି ଋଣ ପ୍ରଦାନ କରାଯାଇଛି। ଯାହା ମଧ୍ୟରେ 4.25 କୋଟି ଫାର୍ଷ୍ଟ ଟାଇମର ରହିଛନ୍ତି । ଏହା ମାଧ୍ୟମରେ ସେମାନେ ନିଜର ରୋଜଗାର ଆରମ୍ଭ କରିଛନ୍ତି । ଯଦି ଏହାକୁ ଆମ ସରକାର ଗଣିବା ଆରମ୍ଭ କରିବ, ବିରୋଧିଙ୍କ ପର୍ଦ୍ଦାଫାଶ ହୋଇଯିବ ।

5-ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ଦେଶର କୃଷକ ଅସନ୍ତୁଷ୍ଟ ଅଛନ୍ତି । କୃଷି ସମସ୍ୟାକୁ ନେଇ ମହାରାଷ୍ଟ୍ରରେ ଆନ୍ଦୋଳନ କରିଥିଲେ । ତାମିଲନାଡୁ ଚାଷୀ ଦିଲ୍ଲୀରେ ବିକ୍ଷୋଭ କରିଥିଲେ । ଏହା ପଛର କାରଣ କଣ?

ଉତ୍ତର: 2007ରେ ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଆସିଥିଲା । ସେତେବେଳେ କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିବା ସମୟରେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । 2014 ଆମ ସରକାର କ୍ଷମତାକୁ ଆସିବା ପରେ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛି । ପୂର୍ବ ସରକାର ଅପେକ୍ଷା ବର୍ତ୍ତମାନ କୃଷିଜାତ ଦ୍ରବ୍ୟ ଅଧିକ ପରିମାଣର କ୍ରୟ କରାଯାଉଛି ।

ଉଭୟ କେନ୍ଦ୍ର ଏବଂ ମହାରାଷ୍ଟ୍ରରେ କଂଗ୍ରେସ ସରକାର ଥିବା ସମୟରେ ଶରଦ ପାୱର କେନ୍ଦ୍ର କୃଷିମନ୍ତ୍ରୀ ଥିଲେ । ସେତେବେଳେ କୃଷିଜାତ ଦ୍ରବ୍ୟର କ୍ରୟର ପରିମାଣ 400-500 କୋଟି ମଧ୍ୟରେ ଥିଲା । ବର୍ତ୍ତମାନ ଏହା ବଢି 7000 କୋଟିରେ ପହଞ୍ଚିଛି । କୃଷକଙ୍କ ପାଇଁ ଆମ ସରକାର ପେନସନ ସ୍କିମ ଆଣିବ । ଯଦି କୌଣସି କୃଷକ ବାର୍ଷିକ 5ରୁ 7 ଲକ୍ଷ ପର୍ଯ୍ୟନ୍ତ ରଣ ନିଏ, ସେ ସୁଧ ଦେବ ନାହିଁ । କୃଷିର ଆଧୁନୀକିକରଣ ପାଇଁ ଆମେ ଇ-ନାମ(e-NAM) ଆପର ପ୍ରଚଳନ କରିଛୁ । ଯାହା ମାଧ୍ୟମରେ କୃଷକ କୃଷି ସମ୍ପର୍କିତ ସୂଚନା ପାଇପାରିବେ ।

6-ଦୀର୍ଘଦିନ ପରେ ନୋଟବନ୍ଦୀକୁ କଂଗ୍ରେସ ନିର୍ବାଚନୀ ପ୍ରସଙ୍ଗ ଭାବେ ଗ୍ରହଣ କରିଛି । ଏଥିରେ ବଡଧରଣର ଘୋଟଲା ହୋଇଛି ବୋଲି ଦଳୀୟ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି । ଏହାର ଅନ୍ତିମ ପରିଣାମ କଣ ହେବ?

ଉତ୍ତର: ଇନ୍ଦିରା ଗାନ୍ଧୀ କ୍ଷମତାସୀନ ଥିବା ସମୟରେ ସେତେବେଳର ଅର୍ଥମନ୍ତ୍ରୀ ନୋଟ ବନ୍ଦୀ କରିବା ନେଇ ତତକାଳୀନ କେନ୍ଦ୍ର ସରକାରଙ୍କ ଆଗରେ ପ୍ରସ୍ତାବ ରଖିଥିଲେ। ମାତ୍ର ରାଜନୈତିକ କାରଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରିନଥିଲା। ମନମୋହନ ସିଂହଙ୍କ ସରକାର ସମୟରେ କୌଣସି ଅଫିସରଙ୍କ ଘର, ଗ୍ୟାରେଜ କିମ୍ବା ଗଦିରୁ ବେଆଇନ ଉପାୟରେ ଅର୍ଜିତ ଅର୍ଥକୁ ଜବତ କରାଯାଉଥିଲା । ଯାହା ଚିନ୍ତାର ବିଷୟ ପାଲଟିଥିଲା ।

ଆମ ସରକାର କ୍ଷମତାକୁ ଆସିବା ପରେ ନୋଟବନ୍ଦୀ ଭଳି ପଦକ୍ଷେପ ନେଲା । ଯାହାର ପରିଣାମ ସ୍ୱରୂପ ବେଆଇନ ଭାବେ ଗଚ୍ଛିତ ଲକ୍ଷ ଲକ୍ଷ କୋଟି ଟଙ୍କା ଜବତ ହେବା ସହ ହାୱାଲ ଅର୍ଥ କରବାର ବନ୍ଦ ହୋଇଯାଇଛି । ଯାହାର ପ୍ରଭାବ ସ୍ୱରୂପ ବ୍ୟାପକ ପରିମାଣରେ ବେଆଇନ ଭାବେ ହେଉଥିବା ଅର୍ଥ ହେରଫେର ବନ୍ଦ ହୋଇଯାଇଛି । ଏହାର ଅନ୍ୟ ଏକ ସଫଳତା ହେଉଛି ଯେଉଁଠି ଗୋଟିଏ ଘରେ 400-500 ଭଳି କମ୍ପାନୀ ଚାଲୁଥିଲା ସେ ଭଳି ଧରଣର ପ୍ରାୟ ସାଢେ 3 ଲକ୍ଷ କମ୍ପାନୀ ବନ୍ଦ ହୋଇଯାଇଛି ।

7- ବିବିଧତା ମଧ୍ୟରେ ଏକତା ଭାରତର ମୂଳମନ୍ତ୍ର । ବିଗତ 5 ବର୍ଷରେ ସଂଖ୍ୟାଲଘୁଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଛି । ଏହା ଉପରେ ଆପଣ ସହମତ କି?

ଉତ୍ତର: ଏକ ନିର୍ଦ୍ଧିଷ୍ଟ ବର୍ଗର ଲୋକ ନିଜର ମନ୍ଦ ଚିନ୍ତାଧାରା ଏବଂ ସ୍ୱାର୍ଥ ପାଇଁ ଏଭଳି କାମ କରୁଛନ୍ତି । ଏହାର ଫଳ ସ୍ୱରୂପ ସରକାରଙ୍କ ପକ୍ଷରୁ ସେମାନଙ୍କ କରାଯାଉଥିବା ବିଭିନ୍ନ କାମ ବାହାରକୁ ଆସି ପାରୁନାହିଁ। କଂଗ୍ରେସ ସରକାର ସମୟରେ ସବୁଠାରୁ ବେଶୀ ଦଙ୍ଗା ହୋଇଥିଲା । ଅଧିକ ପାରିମାଣରେ ସଂଖ୍ୟାଲଘୁ ଲୋକ ଏହାର ଶିକାର ହୋଇଥିଲେ । ବର୍ତ୍ତମାନ ସେ ଭଳି କୌଣସି ପରସ୍ଥିତି। ପୂର୍ବରୁ ସାଉଦି ଆରବରେ କେହି ଜଣେ ଲେଖିଥିଲେ କେମିତି ସମସ୍ତଙ୍କ ସାଥିରେ ରହିବାକୁ ହୁଏ ତାହା ଭାରତରୁ ଶିଖିବା ଦରକାର ।

8- ରାଫେଲ ମାମଲାରେ ଆପଣଙ୍କ ସରକାର ସୁପ୍ରିମ କୋର୍ଟ ଏବଂ ସିଏଜିଙ୍କ ପାଖରୁ କ୍ଲିନଚିଟ ପାଇ ସାରିଛନ୍ତି । ଏପ୍ରସଙ୍ଗରେ ବିରୋଧି ସରକାରଙ୍କୁ ଘେରିଛନ୍ତି । ଲୋକଙ୍କ ମନରେ ଏଭଳି ପ୍ରଶ୍ନ ଆସୁଛି ଯେ ଏପରି ଏକ କମ୍ପାନୀକୁ ଏହାର ଅପସେଟ ନିର୍ମାଣ ଦିଆଯାଇଛି ଯେ ଯିଏକି ଆର୍ଥିକ କାରବାରକୁ ନେଇ ବିବାଦରେ ରହିଛି?

ଉତ୍ତର: ପ୍ରଥମ କଥା ହେଉଛି ଏପରି ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ । ଏ ବାବଦରେ ସୁପ୍ରିମକୋର୍ଟ ଏବଂ ସିଏଜି ଅବଗତ ଅଛନ୍ତି । ଏ ପ୍ରସଙ୍ଗରେ ମତେ କଣ ପାଇଁ ଟଣାଯାଉଛି । ଆପଣ ସମ୍ବାଦପତ୍ର ଏବଂ ଟିଭି ଚ୍ୟାନଲରେ ପ୍ରାସରିତ ହୋଇ ସାରିଥିବା ଏ ସମ୍ପର୍କିତ ରିପୋର୍ଟକୁ ଦେଖନ୍ତୁ । ଯେତିକି ସମୟ ଭାରତୀୟ ଗଣମାଧ୍ୟମ ରାଫେଲ ବିମାନ ଚୁକ୍ତି ଉପରେ ଦେଇଛି ସେତିକି ସମୟ ଅଗଷ୍ଟା ଦୁର୍ନୀତି ଉପରେ ଦେଇନାହିଁ । ମାତ୍ର ଏଥିରେ ଜଡିତ ଲୋକେ ଏବେ ଜେଲରେ ଅଛନ୍ତି । ନେସନାଲ ହେରାଲ୍ଡ କେସରେ ଜଡିତ ଲୋକ ଏବେ ଜାମିନରେ ଅଛନ୍ତି । କଣ ପାଇଁ ଏହା ଉପରେ ଭାରତୀୟ ଗଣମାଧ୍ୟମ ଚୁପ ରହିଛି?
9- ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ 2019ରେ କଣ ରହିଛି?
ଉତ୍ତର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗରେ ପୂର୍ବରୁ କ୍ଷମତାସୀନ ଥିବା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଛ ସତ ଜୋଡି ଅନେକ କାହାଣୀ କହୁଥିଲେ । ଏପରିକି ଭଗବାନ ରାମ କାଳ୍ପନିକ ବୋଲି ଯୁକ୍ତି ଦର୍ଶା ଯାଉଥିଲା । ଏ ପ୍ରସଙ୍ଗରେ ଆମେ ନିଜର ପକ୍ଷ ସୁପ୍ରିମକୋର୍ଟରେ ରଖି ସାରିଛୁ । କୋର୍ଟଙ୍କ ରାୟକୁ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛୁ ।

କଂଗ୍ରେସ ରାମ ମନ୍ଦିର ବିବାଦର ସମାଧାନ ଦିଗରେ ବାଧକ ସାଜିଛି । 2019 ପର୍ଯ୍ୟନ୍ତ ଏହାର ସମାଧାନ ନ କରିବାକୁ ସୁପ୍ରିମକୋର୍ଟରେ କହିଥିଲା । ଏ ମାମଲାକୁ ନେଇ ଅନେକ ରାଜନୀତି ଚାଲିଛି । ଏ ପ୍ରସଙ୍ଗରେ ଆଲୋଚନା ହେବା ଦରକାର ।

10- ମହିଳା ସଂରକ୍ଷଣ ବିଲ ରାଜ୍ୟସଭାରେ ପାସ ହୋଇ ସାରିଥିବା ବେଳେ, ଲୋକସଭା ପୂର୍ଣ୍ଣ ବହୁମତ ଥାଇ ମଧ୍ୟ ପଡିରହିଛି । ଏହା କାହିଁକି ପାସ ହୋଇ ପାରୁନାହିଁ?
ଉତ୍ତର: ଏ ଦିଗରେ ସରକାର ଅବଗତ ଅଛନ୍ତି । ଏହାକୁ ଆଗକୁ ନେବା ପାଇଁ ଆମେ ପ୍ରତିଶୃତିବଦ୍ଧ ।

11- ଘର ଭିତରେ ପଶିକି ମାରିବୁ । ପୁଣି କଣ ଭାରତ ପାକିସ୍ତାନରେ ପ୍ରବେଶ କରି ସାମରିକ କାର୍ଯାନୁଷ୍ଠାନ ଗ୍ରହଣ କରିବ?
ଉତ୍ତର: ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଆମେ ସଙ୍କଳ୍ପ ନେଇଛୁ। ଏଥିପାଇଁ ଯାହା କରିବାକୁ ତାହା ଆମେ ନିଶ୍ଚିତ କରି ଦେଖାଇବୁ। ଏହା ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ କରାଯିବ।

12- 2019 ବିଜେପିର ପବ୍ଲିସିଟି କ୍ୟାମ୍ପନ କମି ଆସିଛି । ଏଥର 'ମୈଁ ଭି ଚୌକିଦାର' କ୍ୟାମ୍ପେନ' ଚାଲିଛି । ଏନେଇ କଣ କହିବେ?
ଉତ୍ତର: 2014 ନିର୍ବାଚନ ସମୟରେ ମୁଁ ଦେଇଥିବା ଭାଷଣରେ କହିଥିଲି 'ମୈଁ ଭି ଚୌକିଦାର ହୁଁ '। ସେତେବେଳେ ମୁଁ ଦେଶର ଚୌକିଦାର କାମ କରିବା ପାଇଁ କହିଥିଲି । ଦେଶର ରାଜକୋଷକୁ ସର୍ବଦା ଚୌକିଦାର ଜଗିବି ବୋଲି କହିଥିଲି । ମୋର ସେହି ଭାଷଣକୁ ଆପଣ ଦେଖି ପାରନ୍ତି।

Last Updated : Apr 9, 2019, 2:09 PM IST

ABOUT THE AUTHOR

...view details