ଓଡିଶା

odisha

ETV Bharat / bharat

ଆଲାମ ନଗର ରେଲୱେ ଷ୍ଟେସନ ନାଁ ପରିବର୍ତ୍ତନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି - BJP MP Kaushal Kishore

ବଦଳିପାରେ ଉତ୍ତରପ୍ରଦେଶର ଆଲାମ ନଗର ରେଲୱେ ଷ୍ଟେସନ ନାମ । ନାମ ପରିବର୍ତ୍ତନ କରିବାକୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ । ଅଧିକ ପଢନ୍ତୁ...

ରେଳମନ୍ତ୍ରୀ ପିୟୁଷ ଗୋଏଲ
ରେଳମନ୍ତ୍ରୀ ପିୟୁଷ ଗୋଏଲ

By

Published : Nov 9, 2020, 11:06 AM IST

ଲକ୍ଷ୍ନୌ: ଆଲାମ ନଗର ରେଲୱେ ଷ୍ଟେସନ ନାମ ପରିବର୍ତ୍ତନ କରିବାକୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ କୌଶାଲ କିଶୋର । ଷ୍ଟେସନର ନାମ ପରିବର୍ତ୍ତନ କରି ବୁଦ୍ଧେଶ୍ବର ଧାମ ରେଲୱେ ଷ୍ଟେସନ କରିବାକୁ କଲେ ଦାବି ।

ଉତ୍ତରପ୍ରଦେଶର ମୋହନଲାଲଗଞ୍ଜ ଲୋକସଭା ସାଂସଦ ଥିବା କୌଶାଲ କିଶୋର ଆଲାମ ନଗର ରେଲୱେ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ଏହି ଷ୍ଟେସନ ତାଙ୍କ ସଂସଦୀୟ କ୍ଷେତ୍ରରେ ଆସୁଥିବାବେଳେ ଏହାର ନାମ ପରିବର୍ତ୍ତନ କରିବାକୁ ସେ କହିଛନ୍ତି ।

ଲକ୍ଷ୍ନୌ ଜିଲ୍ଲାର ଆଲାମନଗର ରେଲୱେ ଷ୍ଟେସନ ଏକ ଛୋଟ ଷ୍ଟେସନ ହୋଇଥିବାବେଳେ ଏହାର କୋଡ ଏଏମଜି ରହିଛି । ଷ୍ଟେସନରେ ତିନୋଟି ପ୍ଲାଟଫର୍ମ ରହିଛି ।

ସୂଚନାଥାଉକି, ପୂର୍ବରୁ ଉତ୍ତରପ୍ରଦେଶ ସରକାର ଅନେକ ସ୍ଥାନ ନାମ ପରିବର୍ତ୍ତନ କରିଛନ୍ତି । ଆହ୍ଲାବାଦ ଷ୍ଟେସନ ନାମକୁ ପରିବର୍ତ୍ତନ କରି ପ୍ରୟାଗରାଜ ଷ୍ଟେସନ ହୋଇଛି ।

@ANI

ABOUT THE AUTHOR

...view details