ନୂଆଦିଲ୍ଲୀ: ଇସ୍ରୋର ସଫଳତାରେ ଯୋଡିହେଲା ଆଉ ଏକ ଫର୍ଦ୍ଦ । ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରି ଏବେ ଚନ୍ଦ୍ର ଚାରିପାଖେ ପରିକ୍ରମା କରୁଛି ଚନ୍ଦ୍ରଯାନ-2 । ଏବେ ଅପେକ୍ଷା ଆସନ୍ତା ସେପ୍ଟେମ୍ବର 7 ତାରିଖକୁ । କାରଣ ଆସନ୍ତା 7ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-2ର ହେବ ସଫ୍ଟ ଲ୍ୟାଣ୍ଡିଂ । ଆଉ ଏନେଇ ଇସ୍ରୋ ଅପେକ୍ଷାରେ ରହିଛି ବୋଲି କୁହନ୍ତି ଇସ୍ରୋ ଚେୟାରମାନ କେ ସିୱନ ।
ଆଜି ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ସମୟରେ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ ମୋର ହୃଦସ୍ପନ୍ଦନ ବନ୍ଦ ହୋଇଯାଇଥିଲା ବୋଲି କହିଛନ୍ତି ସେ । ସଠିକ ଭାବେ ଆଜି ଚନ୍ଦ୍ରଯାନ-2 କକ୍ଷପଥରେ ପହଞ୍ଚି ଚନ୍ଦ୍ର ଚାରିପାଖେ ପରିକ୍ରମା କରୁଥିବା ଶୁଣି ଖୁବ ଖୁସି ଲାଗିଥିଲା ।
ସେପ୍ଟେମ୍ବର 7 ତାରିଖ ଖୁବ ବଡ ଦିନ । ସକାଳ 1.40 ମିନିଟରେ ଚନ୍ଦ୍ରଯାନ-2 ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ । 15 ମିନିଟ ଭିତରେ ଏହା କାର୍ଯ୍ୟକାରୀ ହେବ । ଏହା ଦେଶ ପାଇଁ ସବୁଠୁ ବଡ ଗୌରବ ଆଣିଦେବ ବୋଲି ବିଶ୍ବାସ ରହିଛି । ବର୍ତ୍ତମାନ 17 ହଜାର ଲୋକ ଏଥିରେ କାମ କରୁଛନ୍ତି ।