ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 7ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ‘ଚନ୍ଦ୍ରଯାନ-୨’ !

‘ଚନ୍ଦ୍ରଯାନ-୨’  ଅଗଷ୍ଟ ୨0 ତାରିଖରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ । ଏହାପରେ  ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ ଡଃ କେ.ଶିବନ କହିଛନ୍ତି ।

ଫାଇଲ ଫଟୋ

By

Published : Aug 12, 2019, 9:17 PM IST

ନୂଆଦିଲ୍ଲୀ: ଭାରତର ଗୁରୁତ୍ବପୂର୍ଣ୍ଣ ମହାକାଶ ଯାନ ‘ଚନ୍ଦ୍ରଯାନ-୨’ ଅଗଷ୍ଟ ୨0 ତାରିଖରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ । ଏହାପରେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଅଧ୍ୟକ୍ଷ ଡଃ କେ.ଶିବନ ସୋମବାର ସୂଚନା ଦେଇଛନ୍ତି ।

ସୋମବାର ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେ.ଶିବନ । ଏହି ସମୟରେ ସେ ଗଣମାଧ୍ୟମକୁ ଚନ୍ଦ୍ରଯାନ-2 ର ଗତିବିଧି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚନ୍ଦ୍ରଯାନ-2 ଆଗାମୀ 2 ଦିନ ମଧ୍ୟରେ ପୃଥିବୀର କକ୍ଷପଥକୁ ତ୍ୟାଗ କରି ଚନ୍ଦ୍ର ଅଭିମୁଖେ ଗତି କରିବ । ଜୁଲାଇ 22 ରେ ପ୍ରକ୍ଷେପଣ ହେବାପରେ ଏହା ପୃଥିବୀର କକ୍ଷପଥରେ ଘୁରି ବୁଲୁଛି । ତେବେ ବୁଧବାର ସକାଳ ୩ଟା ୩୦ ମିନିଟରେ ଏହା ଗତି କରିବ । ଚନ୍ଦ୍ରଯାନ-2 ର ଏହି ଗତିକୁ ‘ଟ୍ରାନ୍ସ ଲୁନାର ଇଂଜେକ୍ସନ’ କୁହାଯାଏ ବୋଲି ସେ କହିଛନ୍ତି ।

ତେବେ ସେପ୍ଟେମ୍ବର 7 ସୁଦ୍ଧା ଚନ୍ଦ୍ରଯାନ-2 ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ। ବର୍ତ୍ତମାନ ଚନ୍ଦ୍ରଯାନ-2 ଖୁବ୍‌ ଭଲ ପ୍ରଦର୍ଶନ କରୁଛି ଏବଂ ଏହାର ସମସ୍ତ ଅଂଶ ଠିକ୍‌ ଭାବରେ କାମ କରୁଛି ବୋଲି ଶିବନ କହିଛନ୍ତି । ସୂଚନାଯୋଗ୍ୟ ଯେ, ‘ଚନ୍ଦ୍ରଯାନ-୨’ କୁ ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ ଜିଏସଏଲଭି ଏମକେ-3 ରୁ ଉତକ୍ଷେପଣ କରାଯାଇଥିଲା ।

ABOUT THE AUTHOR

...view details