ଓଡିଶା

odisha

ETV Bharat / bharat

ମଙ୍ଗଳବାର ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ 'ଚନ୍ଦ୍ରଯାନ-2' - chandrayaan-2

ଆସନ୍ତା କାଲି(ମଙ୍ଗଳବାର) ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ 'ଚନ୍ଦ୍ରଯାନ-2' । ମଙ୍ଗଳବାର ସକାଳ 8.30 ରୁ 9.30 ମଧ୍ୟରେ ଏହା  ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ

By

Published : Aug 19, 2019, 5:49 PM IST

ନୂଆଦିଲ୍ଲୀ: ଆସନ୍ତା କାଲି(ମଙ୍ଗଳବାର) ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଭାରତୀୟ ମହାକାଶ ଯାନ 'ଚନ୍ଦ୍ରଯାନ-2' । ମଙ୍ଗଳବାର ସକାଳ 8.30 ରୁ 9.30 ମଧ୍ୟରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଛନ୍ତି । ଏହାପରେ ସେପ୍ଟେମ୍ବର 7 ତାରିଖରେ ଚନ୍ଦ୍ରଯାନ-2 ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।

ମଙ୍ଗଳବାର ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ସମୟରେ ଚନ୍ଦ୍ରଯାନକୁ ଅଗ୍ନି ପରୀକ୍ଷା ଦେଇ ଯିବାକୁ ପଡିବ ବୋଲି ଶିବନ କହିଛନ୍ତି । ଚନ୍ଦ୍ରର ଗୁରୁତ୍ବାକର୍ଷଣର ପ୍ରଭାବରେ ପହଞ୍ଚାଇବା ପାଇଁ ମହାକାଶଯାନର ଗତିକୁ କମ୍‌ କରିବାକୁ ପଡିବ । ଏଥିପାଇଁ ଚନ୍ଦ୍ରଯାନ-2 ର ଅନବୋର୍ଡ ପ୍ରୋପଲ୍ସନ ସିଷ୍ଟମକୁ ଅଳ୍ପ ସମୟ ପାଇଁ ଫାୟର କରାଯିବ । ଏହି ସମୟରେ ସମସ୍ତ କମାଣ୍ଡ ଠିକ୍‌ ଭାବରେ ଦେବାକୁ ପଡିବ ବୋଲି ଶିବନ କହିଛନ୍ତି ।

ତେବେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ-2 ଅଗଷ୍ଟ 31 ପର୍ଯ୍ୟନ୍ତ ଏହାର ପରିକ୍ରମା କରିବ । ଏହି ସମୟରେ ପୁଣିଥରେ କକ୍ଷ ପରିବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ ହେବ । ଚନ୍ଦ୍ରର ନିକଟସ୍ଥ କକ୍ଷ ପର୍ଯ୍ୟନ୍ତ ପହଞ୍ଚିବାକୁ ଚନ୍ଦ୍ରଯାନ-2 କୁ 4 ଥର କକ୍ଷା ପରିବର୍ତ୍ତନ କରିବାକୁ ପଡିବ । ଶେଷରେ ସେପ୍ଟେମ୍ବର 7 ରେ ଏହି ମହାକାଶ ଯାନ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ । ତେବେ ଚନ୍ଦ୍ରର ଏହି ଭାଗରେ ଏବେ ସୁଦ୍ଧା କୌଣସି ମାନବ ନିର୍ମିତ ଯାନ ଅବତରଣ କରାଯାଇନାହିଁ ।

ଚନ୍ଦ୍ରୟାନ-୨ ଇସ୍ରୋ ଦ୍ବାରା ଜୁଲାଇ ୨୨ରେ ଉତକ୍ଷେପଣ ହୋଇଥିଲା । ଏହି ମିଶନକୁ ଇସ୍ରୋ ତଦାରଖ କରୁଛି । ଏହାକୁ ଟେଲିମେଟ୍ରିଂ, ଟ୍ରାକିଂ ଓ କମାଣ୍ଡ ନେଟୱାର୍କ ଅପରେସନ କମ୍ପଲେକ୍ସ୍ ଦ୍ବାରା ମନିଟରିଂ କରାଯାଉଛି । ଏଥିପାଇଁ ବାଙ୍ଗାଲୋରରେ ଥିବା ଡିପ୍ ସ୍ପେସ ନେଟୱର୍କର ମଧ୍ୟ ସାହାଯ୍ୟ ନିଆଯାଉଛି ।

ABOUT THE AUTHOR

...view details