ଓଡିଶା

odisha

ETV Bharat / bharat

ଚନ୍ଦ୍ରର ପଞ୍ଚମ କକ୍ଷରେ ପ୍ରବେଶ କଲା 'ଚନ୍ଦ୍ରୟାନ-2' - fifth Lunar bound orbit

ରବିବାର ସଫଳତାର ସହ ଚନ୍ଦ୍ରର ପଞ୍ଚମ କକ୍ଷରେ ପ୍ରବେଶ କଲା ଭାରତର ବହୁ ଗୁରୁତ୍ବପୂର୍ଣ୍ଣ ମହାକାଶ ମିଶନ 'ଚନ୍ଦ୍ରୟାନ-2'  ।

ଫଟୋ ସୌଜନ୍ୟ: ଟ୍ବିଟର@isro

By

Published : Sep 1, 2019, 8:10 PM IST

ନୂଆଦିଲ୍ଲୀ: ରବିବାର ସଫଳତାର ସହ ଚନ୍ଦ୍ରର ପଞ୍ଚମ କକ୍ଷରେ ପ୍ରବେଶ କଲା ଭାରତର ବହୁ ଗୁରୁତ୍ବପୂର୍ଣ୍ଣ ମହାକାଶ ମିଶନ 'ଚନ୍ଦ୍ରୟାନ-2' । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 6 ଟା 21 ମିନିଟ ସମୟରେ ଏହା ଚନ୍ଦ୍ରର ପଞ୍ଚମ କକ୍ଷ ମଧ୍ୟରେ ସଫଳତାର ସହ ପ୍ରବେଶ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ 2 ଦିନ ପୂର୍ବରୁ ଇସ୍ରୋ ପକ୍ଷରୁ ପ୍ରଣୋଦନ ପ୍ରଣାଳୀର ପ୍ରୟୋଗ କରି ଚନ୍ଦ୍ରୟାନ-2 କୁ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ସଫଳତା ପୂର୍ବକ ପ୍ରବେଶ କରାଯାଇଥିଲା । ତେବେ ଏହି ପ୍ରିକ୍ରିୟା ଶେଷ ହେବାପରେ ଚନ୍ଦ୍ରୟାନ-2ର ସମସ୍ତ ଗତିବିଧି ସାମାନ୍ୟ ଥିବା ଇସ୍ରୋ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଥିଲା ।

ଆସନ୍ତା ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୬୦ ଜଣ ଛାତ୍ରଛାତ୍ରୀଙ୍କ ଚନ୍ଦ୍ରୟାନ-୨ର ଅବତରଣର ପ୍ରତ୍ୟକ୍ଷଦର୍ଶୀ ହେବେ ।

ABOUT THE AUTHOR

...view details