ଓଡିଶା

odisha

ETV Bharat / bharat

ଚନ୍ଦ୍ରର ଅତି ନିକଟତର ହେଲା ଲ୍ୟାଣ୍ଡର ‘ବିକ୍ରମ’ - ଲ୍ୟାଣ୍ଡର

ସଫଳତା ସହ ଗୋଟିଏ ପରେ ଗୋଟିଏ ପରୀକ୍ଷାକୁ ପାର କରୁଛି ଚନ୍ଦ୍ରଯାନ-2 । ଅର୍ବିଟରରୁ ଲ୍ୟାଣ୍ଡର ଅଲଗା ହେବା ପରେ ଧୀରେ ଧୀରେ ଚନ୍ଦ୍ରର ନିକଟତର ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Sep 4, 2019, 10:14 AM IST

ବେଙ୍ଗାଲୁରୁ: ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ । ଭାରତୀୟ ସମୟ ଅନୁସାରେ ଭୋର ସମୟ 3ଟା 42ରେ ଚନ୍ଦ୍ରର ଦ୍ବିତୀୟ କକ୍ଷରେ ପହଞ୍ଚିଛି ଲ୍ୟାଣ୍ଡର ବିକ୍ରମ। ଏହି ସ୍ଥାନାନ୍ତରଣ ପ୍ରକ୍ରିୟାକୁ 9 ସେକେଣ୍ଡର ସମୟ ଲାଗିଥିଲା ।

ଚନ୍ଦ୍ରପୃଷ୍ଠ ଠାରୁ 35 କିମି 101କିମି ଦୂରତା କକ୍ଷ ପଥରେ ଗତି କରୁଛି ବିକ୍ରମ । ତେବେ ଉଭୟ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ସମ୍ପୂର୍ଣ୍ଣ ଠିକ୍‌ଠାକ ଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ଅର୍ବିଟର ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ପରେ ଗତକାଲି ଟୁ-ବୁଷ୍ଟ ପ୍ରକ୍ରିୟାକୁ ସଫଳତା ସହିତ କାର୍ଯ୍ୟକାରୀ କରିଥିଲା । ତେବେ ଆସନ୍ତା 7ରେ ଲ୍ୟାଣ୍ଡର ବିକ୍ରମ 1.30ରୁ 2.30 ସମୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଇସ୍ରୋ ଆଶା ରଖିଛି । ଆଉ ଏହି ସମୟରେ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରି ଚନ୍ଦ୍ର ପୃଷ୍ଠର ପରିକ୍ରମା କରିବା ସହ ତଥ୍ୟ ସଂଗ୍ରହ କରିବ ।

ABOUT THE AUTHOR

...view details