ଓଡିଶା

odisha

ETV Bharat / bharat

ପୃଥିବୀ କକ୍ଷ ଛାଡି ଚନ୍ଦ୍ର ଅଭିମୁଖେ 'ଚନ୍ଦ୍ରଯାନ-୨' - ପୃଥିବୀ

ମଙ୍ଗଳବାର ମଧ୍ୟରାତ୍ରୀ ୨ଟା ୨୧ ମିନିଟରେ ସଫଳତାର ସହ 'ଚନ୍ଦ୍ରଯାନ-୨' ମହାକାଶଯାନ ପୃଥିବୀର କକ୍ଷ ପରିକ୍ରମା କରିବା ପରେ ଚନ୍ଦ୍ର ଅଭିମୁଖେ ଗତି ଆରମ୍ଭ କରିଛି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 14, 2019, 1:19 PM IST

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ସ୍ବପ୍ନ ଧିରେ ଧିରେ ସାକାର ହେବାରେ ଲାଗିଛି । ଦେଶର ଦ୍ବିତୀୟ ଚନ୍ଦ୍ର ଅଭିଯାନ 'ଚନ୍ଦ୍ରଯାନ-୨' ମଙ୍ଗଳବାର ମଧ୍ୟରାତ୍ରୀରେ ପୃଥିବୀର କକ୍ଷପଥ ଛାଡ଼ିବା ପରେ ଚନ୍ଦ୍ର ମୁହାଁ ହୋଇଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୂଚନା ଦେଇଛି ।

ମଙ୍ଗଳବାର ରାତି ୨ଟା ୨୧ ମିନିଟରେ ଚନ୍ଦ୍ରଯାନ-୨ ମହାକାଶ ଯାନକୁ ଶେଷ କକ୍ଷପଥରୁ ଚନ୍ଦ୍ର ଅଭିମୁଖେ ଗତି କରିବାର କାର୍ଯ୍ୟ ସଫଳତାର ସହ ସମ୍ପନ୍ନ କରାଯାଇଛି। ଅଗଷ୍ଟ 20ରେ 'ଚନ୍ଦ୍ରଯାନ-୨', ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ୱର ୭ରେ ଏହା ଚନ୍ଦ୍ରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏନେଇ କୁହାଯାଇଛି ଯେ, ପୃଥିବୀର ଆଖପାଖରେ ଚନ୍ଦ୍ରଯାନକୁ ଶେଷ ଥର କକ୍ଷ ବଢାଇବା ପାଇଁ ପ୍ରାୟ 1203 ସେକେଣ୍ଡ ପାଇଁ ଲିକ୍ବିଡ ଇଞ୍ଜିନର ବ୍ୟବହାର କରାଯାଇଥିଲା । ଏହାପରେ ଚନ୍ଦ୍ରଯାନ-2 ଲୁନର ଟ୍ରାନ୍ସଫର ଟ୍ରାଜେକ୍ଟରୀରେ ପ୍ରବେଶ କରିଥିଲା ।

ଚନ୍ଦ୍ରଯାନ-2 ଆସନ୍ତା ୨୦ ତାରିଖରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ । ଆଉ ଏହି କକ୍ଷରେ ପହଞ୍ଚିବା ପାଇଁ ପୁଣି ଥରେ ଲିକ୍ୟୁଡ ଇଞ୍ଜିନର ବ୍ୟବହାର କରାଯିବ । ଆସନ୍ତା ମାସ ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ 'ଚନ୍ଦ୍ରଯାନ-୨' ପହଞ୍ଚିବ। ସେହିଦିନ ଏହା ଦକ୍ଷିଣ ମେରୁରେ ପହଞ୍ଚିବା ନେଇ ଆଶା କରାଯାଉଛି।

ତେବେ ନିଜସ୍ବ ଜ୍ଞାନ କୌଶଳରେ ଚନ୍ଦ୍ରକୁ ପଠାଇଲା ଦ୍ବିତୀୟ ଚନ୍ଦ୍ରଯାନ । ମେଗା ମିଶନ ଚନ୍ଦ୍ରାୟନ-2କୁ ଇସ୍ରୋ ବାହୁବଳୀ ରକେର୍ଟ ଜଏସଏଲଭି ମାର୍କ-3 ମାଧ୍ୟମରେ ଅନ୍ତରୀକ୍ଷକୁ ପଠାଇ ରଚିଛି ନୂଆ କୀର୍ତ୍ତିମାନ । ଏହି ଅଭିଯାନ ସଫଳ ହେଲେ ଆମେରିକା, ଚୀନ୍‌ ଏବଂ ରୁଷ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ଖ୍ୟାତି ଅର୍ଜନ କରିବ ।

ABOUT THE AUTHOR

...view details