ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO) ପକ୍ଷରୁ ଚନ୍ଦ୍ରକୁ ପ୍ରେରଣ କରାଯିବାକୁ ଥିବା ଚନ୍ଦ୍ରଯାନ-2କୁ ସ୍ଥଗିତ ରଖାଯାଇଛି । କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ମାତ୍ର ୫୬ ମିନିଟ ୨୪ ସେକେଣ୍ଡ ପୂର୍ବରୁ ହଠାତ୍ କାଉଣ୍ଟଡାଉନକୁ ବନ୍ଦ ରଖାଯାଇଥିଲା। ଜୁଲାଇ 15 ଭୋର 2.51 ମିନିଟରେ ଚନ୍ଦ୍ରଯାନ-2କୁ ଦେଶର ସବୁଠୁ ଶକ୍ତିଶାଳୀ ବାହୁବଳୀ ରକେଟ GSLV MK୩ କୁ ବ୍ୟବହାର କରି ଚନ୍ଦ୍ରଯାନ-୨ କୁ ପ୍ରେରଣ କରାଯିବାର ଥିଲା ।
ମାତ୍ର ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ସମୟରେ କାଉଣ୍ଟଡାଉନକୁ ବନ୍ଦ କରାଗଲା । ସେହି ସମୟରେ ଲଞ୍ଚ ଭେଇକିଲରେ କୌଣସି ସମସ୍ୟା ଥିବାରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏଥିପାଇଁ ଏହାକୁ ସ୍ଥଗିତ ରଖାଗଲା ।