ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-2’ ମୁନ୍ ମିଶନ କାହାଣୀର ଅନ୍ତ ନୁହେଁ । ଭବିଷ୍ୟତରେ ଇସ୍ରୋ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବ । ଏହା କହିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ଅଧ୍ୟକ୍ଷ କେ. ସିବନ । ଆଗାମି ଦିନରେ ଇସ୍ରୋ ଅନେକ ଅତ୍ୟାଧୁନିକ ସାଟେଲାଇଟ୍ ମହାକାଶକୁ ପଠାଇବାର ଯୋଜନା କରିଛି । ଯାହା ସାହାଯ୍ୟରେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରାଯିବ ବୋଲି ସେ କହିଛନ୍ତି ।
ଇସ୍ରୋର ୫୦ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଆଇଆଇଟି ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିବନ କହିଛନ୍ତି, ଆପଣ ସମସ୍ତେ ଚନ୍ଦ୍ରଯାନ-2 ମିଶନ ସମ୍ବନ୍ଧରେ ଅବଗତ ଅଛନ୍ତି । ସାମାନ୍ୟ ବୈଷୟିକ ତ୍ରୁଟି ଯୋଗୁଁ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରି ପାରିନଥିଲା । କିନ୍ତୁ ଚନ୍ଦ୍ରପୃଷ୍ଠର ୩୦୦ କିମି ଦୂର ପର୍ଯ୍ୟନ୍ତ ଏହା ସମ୍ପୁର୍ଣ୍ଣ ରୂପେ କାମ କରୁଥିଲା ।