ଓଡିଶା

odisha

ETV Bharat / bharat

ଅଣବିଜେପି ସରକାର ଗଠନ ପାଇଁ ବିରୋଧୀଙ୍କ ଆଗୁଆ ପାଗଭିଡା - meeting

ଶନିବାର ବିରୋଧୀ ଦଳର ହେଭିୱେଟଙ୍କ ସହ ମାରାଥନ ବୈଠକ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ପ୍ରଥମେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଥିଲେ ।

ଫାଇଲ ଫଟୋ

By

Published : May 19, 2019, 12:04 AM IST

ନୂଆଦିଲ୍ଲୀ: ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ । ମେ' 23ରେ ହେବ ଭୋଟଗଣତି । ସେପଟେ ଦିଲ୍ଲୀଠାରୁ ଆରମ୍ଭ କରି ଆନ୍ଧ୍ର ପ୍ରଦେଶ ଏବଂ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ସରକାର ଗଢିବା ପାଇଁ ଚାଲିଛି ଅଙ୍କକସା । ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ଦେଶରେ କିଏ ଶାସନ କରିବ ସେ ନେଇ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ଚାଲିଛି କସରତ । ତେବେ ଏହି ପୂରା ପ୍ରକ୍ରିୟା ପାଇଁ ମଧ୍ୟସ୍ଥି ସାଜିଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । କେନ୍ଦ୍ରରେ ଅଣବିଜେପି ସରକାର ଗଠନ ପାଇଁ ସମସ୍ତ ବିରୋଧୀଙ୍କୁ ଏକାଠି କରୁଛନ୍ତି ଚନ୍ଦ୍ରବାବୁ ନାଇଡୁ ।

ଏଥିପାଇଁ ସେ ଶନିବାର ବିରୋଧୀ ଦଳର ହେଭିୱେଟଙ୍କ ସହ ମାରାଥନ ବୈଠକ କରିଛନ୍ତି । ପ୍ରଥମେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରିଥିଲେ । ଏହା ପରେ ନାଇଡୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାୱାର ଏବଂ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ଭେଟି ନିର୍ବାଚନ ପରର ସମୀକରଣକୁ ନେଇ ଚର୍ଚ୍ଚା କରିଥିଲେ । ଏହା ବ୍ୟତିତ ସେ ସନ୍ଧ୍ୟାରେ ବିଏସପି ସୁପ୍ରିମୋ ମାୟାବତୀ ଏବଂ ଏସପି ମୁଖ୍ୟ ଅଖିଳେଶଙ୍କୁ ଭେଟିଛନ୍ତି ।

ତେବେ ୟୁପିରେ ମହାମେଣ୍ଟ କରିଥିବା ଅଖିଳେଶ ଏବଂ ମାୟାବତି ଅଣବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ନିଭାଇପାରନ୍ତି । ସୂଚନା ଯୋଗ୍ୟ ଯେ, ଯଦି ନିର୍ବାଚନରେ ବିଜେପିକୁ ବହୁମତ ନମିଳେ ତ' ବିରୋଧୀ ଏହାର ଫାଇଦା ଉଠାଇବେ । ଏଥିପାଇଁ ସେମାନେ ଆଗୁଆ ପ୍ରସ୍ତୁତି ଜାରି ରଖିଛନ୍ତି ।

ABOUT THE AUTHOR

...view details