ନୂଆଦିଲ୍ଲୀ: ଗତ ଜାନୁଆରୀରେ ସୂର୍ଯ୍ୟ ପରାଗ ପରେ ଚଳିତ ମାସ 16 ତାରିଖରେ ପୁଣି ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଦୁଇଦିନ ଧରି ପଡିବ । ଯାହାର ବିଶେଷ ପ୍ରଭାବ ଭାରତ ଉପରେ ପଡିବାକୁ ଯାଉଛି । ଚନ୍ଦ୍ରଗ୍ରହଣ ମଙ୍ଗଳବାର ରାତି 1.32ରୁ ଆରମ୍ଭ ହୋଇ ଭୋର୍ 4.30 ମିନିଟ୍ ପର୍ଯ୍ୟନ୍ତ ରହିବ ।
ଆସନ୍ତା 16ରେ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ - india
ଆସନ୍ତା ଜୁଲାଇ 16ରେ ହେବାକୁ ଯାଉଛି ଚନ୍ଦ୍ର ଗ୍ରହଣ । ଏହାକୁ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି ।
ପ୍ରତିକାତ୍ମକ ଫଟୋ
ତେବେ ଦୀର୍ଘ 149 ବର୍ଷ ପରେ ଗୁରୁପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ଗୋଟିଏ ଦିନରେ ପଡିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣକୁ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି । 3ଘଣ୍ଟା ଧରି ହେବାକୁ ଥିବା ଚନ୍ଦ୍ର ଗ୍ରହଣକୁ ନେଇ ଜ୍ୟୋତିଷ ମାନେ ଗଣନା ମଧ୍ୟ ଆରମ୍ଭ କରିଛନ୍ତି । ଗ୍ରହଣ ସମୟ ପ୍ରକୃତି ପାଇଁ ଅଶୁଭ ଅଟେ । ତେଣୁ ଏହି ସମୟରେ କିଛି ଅଶୁଭଙ୍କର ଘଟଣା ଘଟିପାରେ ବୋଲି ଜ୍ୟୋତିଷ ମାନେ ଗଣନା କରିଛନ୍ତି । ଏହି ସମୟରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ସମେତ କେତେକ ରାଶି ଉପରେ ପ୍ରଭାବ ପଡିପାରେ ।